ଛତିଶଗଡ କାଙ୍କେର ଜିଲ୍ଲାର ଏକ ଜଙ୍ଗଲରୁ ଦୁର୍ଲଭ ପ୍ରଜାତିର ଜୀବ ଉଦ୍ଧାର: ମଣିଷ ପରି ଭାବିବା ଏବଂ ବୁଝିବାର ରହିଛି ଶକ୍ତି

ନୂଆଦିଲ୍ଳୀ : ଛତିଶଗଡର କାଙ୍କେର ଜିଲ୍ଲାର ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି ଏକ ଦୁର୍ଲଭ ପ୍ରଜାତିର ଜୀବ । ଏହି ଜୀବର ଭିତରେ ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି ରହିଛି। ଏହାର ନାମ ହନି ବେଜର। ଏହା ଏତେ ଚତୁର ଯେ ନିଜେ ରୁମ୍ରର କବାଟ ଖୋଲି ବାହାରିପାରେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଛତିଶଗଡର ଅନେକ ଆଇପିଏସ୍ ଅଧିକାରୀ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି।
ଗଣମାଧ୍ୟମ ସହ କଥାବାର୍ତ୍ତାରେ ଜଙ୍ଗଲ ବିଭାଗ କହିଛି ଯେ କୋଟାଲବଟ୍ଟୀ ଗ୍ରାମରୁ ହନି ବେଜର ବିଷୟରେ ସୂଚନା ମିଳିଛି। ଏହି ବିରଳ ପ୍ରାଣୀ ରାସ୍ତା କଡ଼ରେ ଦେଖିବାକୁ ମିଳିଥିଲା। ସେଠାରେ ପହଞ୍ଚିବା ପରେ ବନ ବିଭାଗ ଦଳ ମଧ୍ୟ ହନି ବେଜରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଗ୍ରାମବାସୀ ଏହି ଭୟଙ୍କର ବଣୁଆ ଜନ୍ତୁକୁ ଧରି ନେଇଥିଲା। ଏହା ଦୁନିଆର ସବୁଠାରୁ ଦୁର୍ଲଭରେ ପଶୁ ଭାବରେ ପରିଗଣିତ ହୁଏ । ସେ ବହୁତ ନିର୍ଭୀକ ଏବଂ କାହାକୁ ଭୟ କରେ ନାହିଁ।

ବନ ବିଭାଗ ଦଳ ଏହାକୁ ନିଜ ଅଧୀନରେ ନେଇଛନ୍ତି। ଏଥିସହ ତାର ଯତ୍ନ ନିଆଯାଉଛି। ବନ ବିଭାଗର ଅଧିକାରୀ କହିଛନ୍ତି ଯେ ଏହା ମଧ୍ୟ ୨୦-୩୦ ଫୁଟ ଗଭୀର ଗାତ ଖୋଳିପାରେ। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ହନି ବେଜର ନାମ ମୋଷ୍ଟ ଫିଅରଲେସ୍‌ରେ ସାମିଲ୍‌ ହୋଇଛି ।

Related Posts