ସରକାରୀ ଚାକିରିରେ ଭିନ୍ନକ୍ଷମଙ୍କ ପଦୋନ୍ନତି ପାଇଁ ଆରକ୍ଷଣ ବ୍ୟବସ୍ଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ସରକାରୀ ଚାକିରିରେ ପଦୋନ୍ନତି ପାଇଁ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏହା ସହିତ ଗତ ବର୍ଷ ଜଣେ ମହିଳାଙ୍କୁ ଏହି ସୁବିଧା ଯୋଗାଇଦେବା ସପକ୍ଷରେ କେରଳ ହାଇକୋର୍ଟଙ୍କ ଏକ ରାୟକୁ ସୁପ୍ରିମକୋର୍ଟ ସମର୍ଥନ କରିଥିଲେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆରକ୍ଷଣ ଉଦ୍ଦେଶ୍ୟରେ ପଦବୀ ଗୁଡିକୁ ଚିହ୍ନଟ କରିବା ‘ଭିନ୍ନକ୍ଷମ ବ୍ୟକ୍ତି (ସମାନ ସୁଯୋଗ, ଅଧିକାରର ସୁରକ୍ଷା ଏବଂ ସଂପୂର୍ଣ୍ଣ ଅଂଶଗ୍ରହଣ) ଅଧିନିୟମ, 1995’ ପରେ ଏହି ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯିବ ଆବଶ୍ୟକ। କିନ୍ତୁ ଏହି ନିୟମକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ବିରୋଧ “ବିଳମ୍ବ ରଣନୀତି” ରୁ ସ୍ପଷ୍ଟ ହୋଇଯାଇଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ବେଳେବେଳେ ଆଇନ କାର୍ଯ୍ୟକାରୀ କରିବା ସହଜ କିନ୍ତୁ ସାମାଜିକ ମାନସିକତାକୁ ପରିବର୍ତ୍ତନ କରିବା ଅଧିକ କଷ୍ଟସାଧ୍ୟ ଅଟେ। ଯାହାର ଫଳାଫଳ ହେଉଛି ଆଇନର ଉଦ୍ଦେଶ୍ୟକୁ ସାମାଜିକ ମାନସିକତା ନଷ୍ଟ କରିଥାଏ। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ସୁଭାଷ ରେଡ୍ଡୀଙ୍କ ଏକ ବେଞ୍ଚ 9 ମାର୍ଚ୍ଚ 2020 ର କେରଳ ହାଇକୋର୍ଟଙ୍କ ଏକ ରାୟ ଯେଉଁଥିରେ ଜଣେ ଭିନ୍ନକ୍ଷମ ମହିଳାଙ୍କ ପଦୋନ୍ନତି ପାଇଁ ଆରକ୍ଷଣ ଦିଆଯାଇଛି ସୁପ୍ରିମକୋର୍ଟ ଏହାକୁ ସମର୍ଥନ କରିଛନ୍ତି। ବେଞ୍ଚ କହିଛନ୍ତି ଯେ ଆମ ମତରେ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ। ବେଞ୍ଚ ଆହୁରି ମଧ୍ୟ କହିଛନ୍ତି ଯେ , ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ତଥା ପଦବୀ ଚିହ୍ନଟ କରିବା ଏବଂ ସରକାରୀ ଚାକିରିରେ ପଦୋନ୍ନତି ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।

Related Posts