ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ରିନାଲ ବିକ୍ରମସିଂହେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କା ର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ରିନାଲ ବିକ୍ରମସିଂହେ। ରାଷ୍ଟ୍ରପତି ପଦରୁ ଗୋଟାବାୟା ରଜାପକ୍ଷେ ଇସ୍ତଫା ଦେବାପରେ ବିକ୍ରମସିଂହେ ଆଜି ଶପଥ ନେଇଛନ୍ତି। ନୂତନ ରାଷ୍ଟ୍ରପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ ବିକ୍ରମସିଂହେ ଏହି ପଦଭାର ସମ୍ଭାଳିବେ। ତେବେ ଦେଶର ବାଚସ୍ପତି କହିଛନ୍ତି ଯେ ସଂସଦ ର ଅଧିବେଶନ ବସିବାପରେ ଆଗାମୀ ସାତଦିନ ପାରେ ଅର୍ଥାତ୍ ଜୁଲାଇ ୨୨ ତାରିଖରେ ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ। ସେପର୍ଯ୍ୟନ୍ତ ବିକ୍ରମସିଂହେ କାର୍ଯ୍ୟକାରୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରିବେ।

ସୂଚନା ଅନୁସାରେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ସରକାର ଙ୍କ ବିରୋଧ ରେ ଜୋରଦାର ପ୍ରଦର୍ଶନ ଚାଲିଛି। ଫଳରେ ରାଷ୍ଟ୍ରପତି ଗୋଟାବାୟା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଛନ୍ତି। ଶ୍ରୀଲଙ୍କା ରେ ବର୍ତ୍ତମାନ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି

Related Posts