ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୭୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦  ତଳେ ରହି ଆସୁଥିବାବେଳେ ଗତ ୨୪ ଘଣ୍ଟାରେ ସଂକ୍ରମିତ ସଂଖ୍ୟା ୭୦୦ ପାର୍‍ କରିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୭୩୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୧୦ ଲୋକାଲ୍‌ କେସ୍‌ ରହିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୧ ଜଣ ପଜିଟିଭ ରହିଛନ୍ତି । 

୭୩୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୩, ବାଲେଶ୍ୱର ୩୦, ବରଗଡ ୫, ଭଦ୍ରକ ୧୦, କଟକରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରୁ ୫, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୩୨, ଯାଜପୁର ୨୯, ଝାରସୁଗୁଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ ୧, କେନ୍ଦ୍ରାପଡା ୬, କେନ୍ଦ୍‍ୁଝର ୩, ଖୋର୍ଦ୍ଧା ୩୩୫, କୋରାପୁଟ ୪ ଓ ମାଲକାନଗିରିରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ମୟୁରଭଞ୍ଜରୁ ୨୭, ନୟାଗଡ ୭, ନୂଆପଡା ୧, ପୁରୀ ୧୭, ରାୟଗଡା ୪, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି। ତେବେ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୧୯୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୮୨୨୬ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୪୪୫୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related Posts