ଯଦି ନୀତିଶ ଭାଜପା ସହ ମେଣ୍ଟ ଭାଙ୍ଗନ୍ତି ତେବେ ଆରଜେଡି ଜେଡିୟୁକୁ ସମର୍ଥନ ଦେବାକୁ ପ୍ରସ୍ତୁତ : ଶିବାନନ୍ଦ ତିୱାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଦୁଇ ଦଳ ମଧ୍ୟରେ ଏଭଳି ଛକାପଞ୍ଝା ମଧ୍ୟରେ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛି ଆରଜେଡି। ଆରଜେଡି ଜାତୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି, ରାଜ୍ୟରେ ସରକାର ଆଗକୁ ଚାଲିବ କି ନାହିଁ ଏକଥା ଭାଜପା ଓ ଜେଡିୟୁ ହିଁ କହି ପାରିବେ। ଯଦି ମୁଖ୍ୟମନ୍ତ୍ରୀ ନୀତିଶ ଭାଜପା ସହ ମେଣ୍ଟ ଭାଙ୍ଗନ୍ତି ତେବେ ତାଙ୍କ ଦଳ ଜେଡିୟୁକୁ ସମର୍ଥନ କରିବାକୁ ପ୍ରସ୍ତୁତ। ସେ ଆହୁରି କହିଛନ୍ତି ଯଦି ନୀତିଶ ବିଜେପି ହାତ ଛାଡନ୍ତି, ତେବେ ବିଜେପି ତାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ କହିବ। ଏଭଳି ପରିସ୍ଥିତି ଉପୁଜିଲେ ଆମ ଦଳ ନିଶ୍ଚୟ ଜେଡିୟୁକୁ ସମର୍ଥନ ଜଣାଇବ।

ସେପଟେ ଦୀର୍ଘଦିନ ହେବ ବିଜେପି ସହ ଅସନ୍ତୁଷ୍ଠ ଥିବା ନୀତିଶ କୁମାର ଆଗାମୀ ଦିନରେ କି ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Posts