ପ୍ରବଳ ବର୍ଷା ଯୋଗୁ ବୁଡ଼ିଲା ବେଙ୍ଗାଲୁରୁର ରାସ୍ତା: ସ୍କୁଲ୍‌, କଲେଜ୍ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର

ବାଙ୍ଗାଲୁରୁ: ଦକ୍ଷିଣ ଭାରତରେ ବର୍ଷା ରଚିଛି ବିତ୍‌ପାତ। ପ୍ରବଳ ବର୍ଷା ଯୋଗୁ ରାସ୍ତା ଘାଟ ଜଳମଗ୍ନ ହୋଇପଡିଛି। ପାଣିରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ରାସ୍ତା ବୁଡିଯାଇଛି ।ଫଳରେହଜାର ହଜାର ରାସ୍ତା ଗାଡ଼ି ରାସ୍ତା ଉପରେ ଅଟକି ରହିଛି । ଏହାରି ମଧ୍ୟରେ ସ୍କୁଲ୍‌, କଲେଜ୍ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ରାସ୍ତାରେ ବନ୍ୟା ପରି ପାଣି ସୁଅ ମାରୁଥିବାରୁ ମଙ୍ଗଳବାର ବେଙ୍ଗାଲୁରୁରେ ଯାତାୟାତ ବଧାପ୍ରାପ୍ତ ହୋଇଛି। ଏଥିପାଇଁ ଆଜି ଦିନକ ପାଇଁ ବେଙ୍ଗାଲୁରୁରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସୋମବାରଠାରୁ ଏପର୍ଯ୍ୟନ୍ତ ବେଙ୍ଗାଲୁରୁରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ସ୍ଥିତି ସୋଚନୀୟ ହୋଇପଡ଼ିଥିବାରୁ ବେଙ୍ଗାଲୁରୁ ଡିଷ୍ଟ୍ରିକ୍ଟକ୍‌ କମିଶନର କେ ଶ୍ରୀନିବାସ ଛୁଟି ଘୋଷଣା କରିଛନ୍ତି। ଏନେଇ ଏଏନ୍‌ଆଇକୁ ସୂଚନା ଦେଇ ଶ୍ରୀ ଶ୍ରୀନିବାସ କହିଛନ୍ତି “ ସମୋବାର ଠାରୁ ପ୍ରବଳ ବର୍ଷା ହୋଇଥିବାରୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ ହୋଇଛି। ଗଛପତ୍ର ବି ଉପୁଡ଼ି ପଡ଼ିଛି। ପ୍ରବଳ ବର୍ଷା ପାଇଁ ବେଙ୍ଗାଲୁରୁରେ ସ୍କୁଲ କଲେଜ୍‌ ଛୁଟି କରାଯାଇଛି।”

ପ୍ରବଳ ବର୍ଷା ସତ୍ୱେ ବି ପାଣିପାଗ ବିଭାଗ ବେଙ୍ଗାଲୁରୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତା ସହ ବେଲଗାଭୀ ଓ ଅନ୍ୟାନ୍ୟା ଜିଲ୍ଲାକୁ ବି ୱାର୍ଣ୍ଣିଂ ଜାରି କରି ସତର୍କ କରାଯାଇଛି। ଏହି ଘଟଣାରେ ବେଙ୍ଗାଲୁରୁ-ମୟୁଶୁର ରାସ୍ତା ବି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବର୍ଷା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରେଭିନ୍ୟୁ ବିଭାଗ ସହ ଆଲୋଚନା କରି ଶଷ୍ୟ କ୍ଷତିଭରଣା ପାଇଁ ଆଲୋଚନା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related Posts