
ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ । ଗତକାଲି ରାତିରେ ସମେଇଗାଡ଼ିଆରେ ଡକାୟତି ଯୋଜନା କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।
ପୋଲିସ ସେମାନଙ୍କ ପାଖରୁ ଖଣ୍ଡା, ୨ଟି ଭୁଜାଲି, ଲଙ୍କା ଗୁଣ୍ଡ, ଚିଲି ପାଉଡର ଜବତ କରାଯାଇଛି । ଡକାୟତି ପାଇଁ ବ୍ୟବହୃତ ୨ ଟି ବାଇକ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ କମିଶନରେଟ ପୋଲିସରେ ଏକାଧିକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିିଛି ।