ନୂଆ ଜୀବନ ଦେଲେ ଆରପିଏଫ୍ କନେଷ୍ଟବଳ

ସତ୍ୟପାଠ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଯାହା ପୁଣିଥରେ ପ୍ରମାଣିତ ହୋଇଛି ଭୁବନେଶ୍ୱର ରେଳ ଷ୍ଟେସନରେ । ଟ୍ରେନ ଚକା ତଳୁ ଜଣେ ଯାତ୍ରୀଙ୍କ ଜୀବନ ବଂଚାଇଛନ୍ତି ଜଣେ ଆରପିଏଫ୍ କନେଷ୍ଟବଳ । ତେବେ ଏହି ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସାମ୍ନାକୁ ଆସିଛି ।

ଭିଜୁଆଲରୁ ଜଣାପଡୁଛି ଟ୍ରେନ ଚାଲୁଥିବା ସମୟରେ ଯାତ୍ରୀ ଜଣକ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପ୍ଲାଟଫର୍ମ ଓ ଟ୍ରେନ ଭିତରେ ଥିବା ଫାଙ୍କରେ ତାଙ୍କର ଗୋଡ ଫସି ଯାଇଥିଲା । ଏତିକି ବେଳେ ସେଠାରେ ଚାଲି ଚାଲି ଯାଉଥିବା ଜଣେ ଆରପିଏଫ୍ କନେଷ୍ଟବଳ ତୁରନ୍ତ ବିଜୁଳି ବେଗରେ ଯାତ୍ରୀଙ୍କ ପାଖକୁ ଧାଇଁଯାଇ ତାଙ୍କ ଗୋଡ କାଢ଼ି ପକାଇଥିଲେ । ଫଳରେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ଜଣଙ୍କ ରକ୍ଷା ପାଇ ଯାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ଯାତ୍ରୀଙ୍କ ନାଁ ନାଜିର ମଲ୍ଲିକ । ସେ ରବିବାର ଅପରାହ୍ନରେ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନରେ ଭୁବନେଶ୍ୱର ଆସୁଥିଲେ । ଅପହରାହ୍ନ ୫ଟା ୪୮ମିନିଟ ସମୟରେ ସେ ଭୁବନେଶ୍ୱର ୨ ନମ୍ବର ପ୍ଲାଟଫର୍ମରେ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଯେଉଁ ସମୟରେ ଏକ ବଡ ଦୁର୍ଘଟଣାରୁ ସେ ବର୍ତ୍ତୀ ଯାଇଛନ୍ତି ।

Related Posts