ରୁଷ୍‌ର ‘ଗ୍ରୁପ୍‌ ଅଫ୍‌ ୨୦ ନେସନ୍‌’ ସମ୍ମଳନୀରେ ବସିବାର ଅଧିକାର ନାହିଁ: ବ୍ରିଟେନ୍‌

ଲଣ୍ଡନ୍‌: ୟୁକ୍ରେନ୍‌ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ଦିନଠୁ ଅନେକ ଦେଶ ଋଷ କୁ ବିରୋଧ କରି ଆସୁଛନ୍ତି । ଖୋଲା ଖୋଲି ଭାବରେ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଜାରି ରହିଥିବା ଆକ୍ରମଣକୁ ନେଇ ରୁଷ୍‌ର ‘ଗ୍ରୁପ୍‌ ଅଫ୍‌ ୨୦ ନେସନ୍‌’ ସମ୍ମଳନୀରେ ବସିବାର ଅଧିକାର ନାହିଁ ବୋଲି ଶୁକ୍ରବାର ଦିନ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି।
ସେ କହିଛନ୍ତି, ୟୁକ୍ରେନ୍‌ରେ ଆକ୍ରମଣ ଅଭିଯାନ ଚଳାଇଥିବାରୁ ‘ଜି୨୦’ ସମ୍ମଳନୀରେ ବସିବା ପାଇଁ ରୁଷ୍‌ର ନୈତିକ ଅଧିକାର ନାହିଁ। ‘ଜି୨୦’ ବୈଠକରେ ନିଶ୍ଚିତ ଭାବେ ରୁଷୀୟ ଯୁଦ୍ଧର ପ୍ରଭାବ ଉପରେ ବିଚାର କରାଯିବା ପାଇଁ ଇଣ୍ଡୋନେସିଆ କରୁଥିବା ଉଦ୍ୟମକୁ ଆମେ ସ୍ବାଗତ କରୁଛୁ। ‘ଜି୨୦’ ନେତାମାନଙ୍କ ଶିଖର ବୈଠକରେ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ୟୁକ୍ରେନ୍‌ର ପ୍ରତିନିଧିତ୍ବ କରିବା ସୂଚନା ମଧ୍ୟ ସ୍ବାଗତଯୋଗ୍ୟ।

ଇଂଲଣ୍ଡ ପାର୍ଲାମେଣ୍ଟ୍‌ ସଦସ୍ୟ ଋଷି ସୁନକ ମଧ୍ୟ ‘ଜି୨୦’ ନିବଦେନ କରିଛନ୍ତି କି, ୟୁକ୍ରେନ୍‌ ସହ ରୁଷ୍‌ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବୈଠକକୁ ଡକା ନ ଯାଉ।

ସୁନିକ୍‌ଙ୍କ ତରଫରୁ ଜଣେ ମୁଖପାତ୍ର କହିଛନ୍ତି, ଘୃଣ୍ୟ ଆଚରଣ ଯୋଗୁଁ ପୁଟିନ୍‌ଙ୍କୁ ଏହି ବୈଠକକୁ ନ ଡାକିବା ଆମ ‘ଜି୨୦’ ଅଂଶୀଦାର ଏବଂ ମିତ୍ରମାନଙ୍କର ମିଳିତ ଦାୟିତ୍ବ। ବିଛଣାରେ ଶୋଇଥିବା ପିଲାଙ୍କ ହତ୍ୟା ପାଇଁ ଉତ୍ତରଦାୟୀ ପୁଟିନ୍‌ଙ୍କ ସହିତ ଗୋଲ୍‌ ଟେବୁଲ୍‌ରେ ବସିବା ଆଦୌ ଭଲ ନୁହେଁ।

ଉଲ୍ଲେଖଯୋଗ୍ୟ, ଆଗାମୀ ନଭେମ୍ବର ମାସରେ ଇଣ୍ଡୋନେସିଆ ବାଲିରେ ‘ଜି୨୦’ ଶିଖର ସମ୍ମଳନୀ ଆୟୋଜନ କରୁଛି।

Related Posts