ଆକାଶମାର୍ଗରୁ ସିରିଆ ଉପରେ ଋଷର ଆକ୍ରମଣ; ୧୨୦ ଜଣ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘଦିନ ହେବ ୟୁକ୍ରେନ ଉପରେ ଋଷ ଆକ୍ରମଣ ଜାରି ରଖିଛି । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ- ନୁସୁରା ଫ୍ରଣ୍ଟ ଠିକଣା ଉପରେ ଋଷର ଯୁଦ୍ଧ ବିମାନ ଆକ୍ରମଣ କରିଛି ।ଏହାପଳରେ ଏବେ ନୁସୁରା ଫ୍ରଣ୍ଟର ବିଭିନ୍ନ ଆଡ୍ଡାସ୍ଥଳୀ ଧ୍ୱଂଶ ହୋଇଯାଇଛି। ଋଷ ସୈନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଋଷର ଯୁଦ୍ଧ ବିମାନ ଇଦଲିବ୍ ଅଞ୍ଚଳରେ ଏକ ନୁସୁରା ଫ୍ରଣ୍ଟର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଛି । ଏଥିରେ ଋଷର ୧୪ ଟି ଯୁଦ୍ଧ ବିମାନ ଓ ମିସାଇଲ ବ୍ୟବହାର କରିଛି ।ଇଦାବିଲକୁ ନୁସରା ଫ୍ରଣ୍ଟ ଭଳି କିଛି କଟ୍ଟରପନ୍ଥୀ ସଂଗଠନ ଦ୍ୱାରା ଦଖଲ କରାଯାଇଛି । ଏହା ବର୍ତ୍ତମାନ ସିରିଆର ଅନ୍ତିମ ପ୍ରମୁଖ ବିଦ୍ରୋହୀ ଗଡଭାବେ ଉଭା ହୋଇଛି ।

Related Posts