ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ: ଡ୍ରଗ କଣ୍ଟ୍ରୋଲ ବିଭାଗର ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ମିଳୁଛି ନକଲି ଔଷଧ । ଅସଲି ବ୍ରାଣ୍ଡ ନାଁରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଅଭିଯୋଗ । ଏହି ଅଭିଯୋଗ ପରେ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଡ୍ରଗ କଣ୍ଟ୍ରୋଲ ବିଭଗର ଚଢ଼ାଉ କରାଯାଇଛି ।

ରସୁଲଗଡ ସ୍ଥିତ ସ୍ଵସ୍ତିକ ଡ୍ରଗ ହାଉସରେ ଚଢ଼ାଉ କରିଛି ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ।

ପ୍ରଥମେ କଟକରେ ଏଭଳି ଅଭିଯୋଗ ହେବା ପରେ ଏବେ ସକ୍ରିୟ ହୋଇଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଟେଲମା-୪୦ ମେଡିସିନ କୁ ନେଇ ଚାଲିଛି ଖୋଳତାଡ ଜାରି ରହିଛି । ତେବେ ପଚରା ଉଚରା ଜାରି ରହିଛି । ତେବେ ଅଭିଯୋଗରେ କେତେ ସତ୍ୟତା ଅଛି ସେନେଇ ଇନଭେଷ୍ଟିଗେସନ ପରେ ସ୍ପଷ୍ଟ ହେବ ।

ସୂଚନା ଥାଉକି ଗତକାଲି କଟକରେ ବି ନକଲି ମେଡିସିନ ନେଇ ଚଢାଉ ହୋଇଥିଲା । ଆଜି ଭୁବନେଶ୍ଵର ରେ ନକଲି ଔଷଧ ମିଳୁଥିବା ନେଇ ଚଢ଼ାଉ ହୋଇଛି ।

Related Posts