ନିଜକୁ ଆହୁରି ଶକ୍ତିଶାଳୀ କରିବ ଋଷ: ବଢିବ ଯବାନଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ନିଜକୁ ଆହୁରି ଶକ୍ତିଶାଳୀ କରିବ ଋଷ । ଏନେଇ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତି କରୁଛି । ଏହା ଜରିଆରେ ରୁଷ ନିଜ ସେନାରେ ଅଧିକ ସୈନିକ ଭର୍ତ୍ତି କରିବାକୁ ଯୋଜନା କରୁଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏଥିପାଇଁ ଏକ ଡିକ୍ରି ହସ୍ତାକ୍ଷର କରିଛନ୍ତି । ଏବେ ରୁଷ ସେନାରେ ଯବାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ। ୧,୩୭,୦୦୦ ଯବାନଙ୍କ ବର୍ଦ୍ଧିତ ସଂଖ୍ୟା ଅସନ୍ତା ବର୍ଷ ଜାନୁଆରୀ ଏକରୁ ଲାଗୁ ହେବ।

ଉଲ୍ଲଖଯୋଗ୍ୟ ଯେ, ରୁଷ ଏବଂ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଛଅ ମାସ ହୋଇଛି । ପ୍ରତିଦିନ ରୁଷ ସେନାର ୧୦୦ ଜଣ ଯବାନଙ୍କ ମୃତ୍ୟୁ ହେଉଥିବା ଦାବି କରାଯାଉଛି । ଏହା ସତ୍ତ୍ୱେ ଯୁଦ୍ଧ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରି ନାହିଁ ।

ଅନ୍ୟପଟେ ଏହି ରୁଷ ସେନା ଏବଂ ଅର୍ଥବ୍ୟବସ୍ଥା ଉଭୟ କେତେ ଦୁର୍ବଳ ତାହା ସାମନାକୁ ଆଣିଛି । ଯୁଦ୍ଧ ଆରମ୍ଭ ହେବା ସମୟରେ ଆମେରିକା ଏବଂ ପାଶ୍ଚ୍ୟାତ ରାଷ୍ଟ୍ରର ବିଶେଷଜ୍ଞଙ୍କ କହିବା କଥା ଥିଲା, ରୁଷର ଉନ୍ନତ ସେନା ଆଗରେ ୟୁକ୍ରେନ ମାତ୍ର କିଛି ଦିନ ତିଷ୍ଠି ପାରିବ ନାହିଂ । ଆମେରିକାର ଅଧିକାରୀ ଏହା ମଧ୍ୟ ଦାବି କରିଥିଲେ ଯେ ମାତ୍ର ୭୨ ଘଣ୍ଟା ଭିତରେ କିଭ ଆତ୍ମସମର୍ପଣ କରିଦେବ । କିନ୍ତୁ ଏପରି ହେଲା ନାହିଁ ।

Related Posts