
ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ, ଋଷ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧିନକୁ ନେବାକୁ ଲାଗିଛି। ଦକ୍ଷିଣ-ପୁର୍ବ ମେଲିଟୋପୋଲ ସହରକୁ ଋଷୀୟ ସୈନ୍ୟ ନିଜ ଦଖଲକୁ ନେଇସାରିଛି। ଋଷୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ କେନ୍ଦ୍ରିୟ କିଭ୍ ସହରରେ ଋଷ ସୈନ୍ୟମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଏହି କ୍ଷେପଣାସ୍ତ୍ର ଆବାସିକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ତେବେ ଏଥିରେ କୌଣସି ଲୋକଙ୍କର ମୃତ୍ୟୁ ହୋଇନଥିବା ୟୁକ୍ରେନ ସରକାରଙ୍କ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଋଷ ପକ୍ଷରୁ ରାଜଧାନୀ କିଭ୍ ସମେତ ଅନେକ ସହରରେ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରି ଷ୍ଟ୍ରାଇକ୍ ଆରମ୍ଭ କରିଛି।
ତେବେ ୟୁକ୍ରେନ୍ ପକ୍ଷରୁ ବର୍ତ୍ତମାନ ଋଷର ମେଲିଟୋଲ ସହର ଦଖଲ ଉପରେ କୌଣସି ସୂଚନା ଦିଆଯାଇନାହିଁ । ସୂଚନା ଅନୁସାରେ ଏହି ସହରରେ ପ୍ରାୟ ଦେଢ଼ ଲକ୍ଷ ଲୋକେ ବାସ କରନ୍ତି । ତେବେ ଋଷୀୟ ରକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ଆକ୍ରମଣ ପରଠୁ ମେଲିଟୋଲ ହେଉଛି ପ୍ରଥମ ସରହର ଯାହା ତାଙ୍କ ସୈନ୍ୟ ଦଖଲ କରିଛି ।