
ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତିବ୍ର ହେବାରେ ଲାଗିଛି । ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରୀ ରଖିଛି । ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହର ନିଜ ଅଧୀନ କୁ ଅକ୍ତିଆର କରିବାରେ ଲାଗିଛି। ପ୍ରାୟତଃ ଆଜି ଆସନ୍ତା କାଲି ସୁଦ୍ଧା ରାଜଧାନୀ କିଭ୍କୁ ଋଷ ତାର କବଜାକୁ ନେଇପାରେ । ଏହାରି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଯୁଦ୍ଧ ରୋକିବାକୁ ନିବେଦନ କରିଛନ୍ତି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ବର୍ତ୍ତମାନ ଆମେ କିବ୍ ସହରର ପ୍ରମୁଖ ସ୍ଥାନ ଗୁଡିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛୁ । ଯୋଉଁମାନେ ଆମ ସହିତ ଆସିବାକୁ ଚାହୁଁଛନ୍ତି ଏବଂ ଆମକୁ ସାହାଯ୍ୟ କରିବାକୁ ସେମାନଙ୍କୁ ସ୍ୱାଗତ କରାଯିବ । ଆମକୁ ଏହି ଯୁଦ୍ଧକୁ ରୋକିବା ଆବଶ୍ୟକ ଏବଂ ଆମେ ଶାନ୍ତିର ସହିତ ରହିପାରିବା । ତେବେ ଜଣେ ଅଧିକାରୀ କହିଛନ୍ତି, ୧,୦୦,୦୦୦ ୟୁକ୍ରେନ୍ବାସୀ ପୋଲାଣ୍ଡକୁ ସୀମା ଅତିକ୍ରମ କରିଛନ୍ତି ।
ସେପଟେ ବ୍ରିଟେନ୍ କହିଛି ଯେ ଋଷର ସୈନ୍ୟବାହିନୀ ବର୍ତ୍ତମାନ କିଭ୍ ସହରର ମଧ୍ୟଭାଗରୁ ୩୦ କିଲୋମିଟର ଦୂରରେ ଅଛି ଏବଂ ବହୁ ସଂଖ୍ୟାରେ କିବ୍ ଦିଗରେ ନିଜର ଅଗ୍ରଗତି ଜାରି ରଖିଛନ୍ତି। ତେବେ ୟୁକ୍ରେନ୍ ସଶସ୍ତ୍ର ବାହିନୀ ସମଗ୍ର ଦେଶରେ ଦୃଢ ପ୍ରତିରୋଧ ଜାରି ରଖିଥିବା ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏହାରି ମଧ୍ୟରେ ଭାରତ ସରକାର ୟୁକ୍ରେନ୍ରେ ଫସିଥିବା ଛାତ୍ର ଏବଂ ଶ୍ରମିକ ମାନଙ୍କୁ ସ୍ଥାନ୍ତରଣ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ।