ସମ୍ପୁର୍ଣ୍ଣ ଦେଶରେ ଲାଗୁ ହେବ ଆୟୁସ୍ମାନ ଭାରତ ଡିଜିଟାଲ ମିଶନ

ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁସ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍‌) । ଏନେଇ ଆଜି ଅପରାହ୍ନରେ ବସିଥିବା ବୈଠକରେ କେନ୍ଦ୍ର କ୍ୟାବିନେଟ ଏହାକୁ ଜାତୀୟ ସ୍ତରରେ ପ୍ରଚଳିତ କରିବା ପାଇଁ ଅନୁମତି ଦେଇଛି। କ୍ୟାବିନେଟ୍ କମିଟି ଅର୍ଥନୈତିକ ବ୍ୟାପାର କମିଟି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି। ଏବେ ଏହାକୁ ସମ୍ପୁର୍ଣ୍ଣ ଦେଶରେ ଲାଗୁ କରାଯିବ। ଏକ ବିବୃତ୍ତିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ପାଞ୍ଚ ବର୍ଷ ପାଇଁ ୧୬୦୦ କୋଟି ବଜେଟ୍ ସହିତ ସାରା ଦେଶରେ ଆରମ୍ଭ କରାଯିବ।

ଏହା ଯୋଜନା ଅଧିନରେ ଲୋକମାନେ ସେମାନଙ୍କର ଆୟୁସ୍ମାନ ଭାରତ ସ୍ୱାସ୍ଥ୍ୟ ଖାତା ଖୋଲିବାକୁ ସମର୍ଥ ହେବେ। ଏଥିରେ ଡିଜିଟାଲ ଉପାୟରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସୂଚନା ରହିପାରିବ। ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସମ୍ବଳିତ ସ୍ୱାସ୍ଥ୍ୟ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହେବେ ଏବଂ ପରବର୍ତ୍ତି ସମୟରେ ଜଣେ ରୋଗୀ ଯେତେବେଳେ ଚିକିତ୍ସା ପାଇଁ କେଉଁଠିକୁ ଯିବେ ସେଠାରେ ସେ ଡିଜିଟାଲ ମାଧ୍ୟମରେ ତାଙ୍କର ସ୍ୱାସ୍ଥ୍ୟ ରେକର୍ଡ ଦେଖାଇ ପାରିବେ ଏବଂ ତାଙ୍କ ଚିକିତ୍ସା ନିମନ୍ତ ସେପୃକ୍ତ ଡାକ୍ତରଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

ଫେବୃଆରୀ ୨୪, ୨୦୨୨ ସୁଦ୍ଧା, ଏବିଡିଏମ୍‌ରେ ୧୭୩,୩୬୯,୦୮୭ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟଖାତା ସୃଷ୍ଟି ହୋଇଥିବାବେଳେ ପ୍ଲାଟଫର୍ମରେ ୧୦,୧୧୪ ଡାକ୍ତର ଏବଂ ୧୭,୩୧୯ ସ୍ୱାସ୍ଥ୍ୟ ସୁବିଧା ପଞ୍ଜିକୃତ ହୋଇଛି।

Related Posts