ରୁଷ ଓ ୟୁକ୍ରେନ ଯୁଦ୍ଧ: ରୁଷ ସୈନିକମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରୁଛନ୍ତି ୟୁକ୍ରେନର ନାଗରିକ !

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ୟୁକ୍ରେନ ରେ ତାଣ୍ଡବ ରଚିଥିବା ବେଳେ, ସବୁ କିଛି ଯେପରି ନଷ୍ଟ ହୋଇଗଲାଣି | ସହ ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି | ତେବେ ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଋଷର ସୈନିକମାନଙ୍କୁ ଶିକ୍ଷା ଦେବା ପାଇଁ ୟୁକ୍ରେନର ନାଗରିକମାନେ ଏକ ବିପଜ୍ଜନକ ପଦ୍ଧତି ଗ୍ରହଣ କରିଛନ୍ତି । ସାଧାରଣ ନାଗରିକମାନେ କେକ୍ ବିଷାକ୍ତ କରି ଋଷର ସୈନିକମାନଙ୍କଠାରୁ ପ୍ରତିଶୋଧ ନେଇଛନ୍ତି ।

କେକରେ ଦିଆଯାଉଛି ବିଷ :
‘ଦର୍ପଣ’ର ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ର ଗୁପ୍ତଚର ଏଜେନ୍ସି ପ୍ରକାଶ କରିଛି ଯେ ୟୁକ୍ରେନୀୟମାନେ ଋଷ ସୈନିକମାନଙ୍କୁ କେକ୍ ଏବଂ ମଦରେ ବିଷ ଦେଇ ହତ୍ୟା କରିଛନ୍ତି । ଖାର୍କିଭ ନିକଟ ଇଜିୟମରେ ନାଗରିକମାନେ ଋଷ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ଋଷର ସୈନ୍ୟମାନେ ଏହି ସହରର ଏକ ବଡ଼ ଅଞ୍ଚଳକୁ ଧ୍ୱଂସ କରିଛନ୍ତି ।

ଜୀବନ-ମୃତ୍ୟୁ ମଧ୍ୟରେ ଲଢେଇ କରୁଛନ୍ତି ଋଷୀୟ ସୈନିକ :

ୟୁକ୍ରେନ୍ର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଦାବି କରିଛି ଯେ ତୃତୀୟ ଋଷିଆ ମୋଟର ରାଇଫଲ୍ ଡିଭିଜନ୍ ପାଇଁ ସ୍ଥାନୀୟ ଲୋକମାନେ ଏକ କେକ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେମାନଙ୍କୁ ବିଷ ଦିଆଯାଇଥିଲା । ଫଳସ୍ୱରୂପ, ଋଷର ଦୁଇଜଣ ସୈନିକ ମୃତ୍ୟୁବରଣ କରିଥିବାବେଳେ ୨୮ ଚିକିତ୍ସିତ ହେଉଛନ୍ତି । ଏହା ମଧ୍ୟ ଦାବି କରାଯାଇଛି ଯେ ୫୦୦ ଜଣ ସୈନିକ ବିଷାକ୍ତ ମଦ ପିଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

Related Posts