ଢେଙ୍କାନାଳରେ ପୁଣି ଟ୍ରେନ୍‌ ଧକ୍କାରେ ହାତୀର ମୃତ୍ୟୁ

ଢେଙ୍କାନାଳରେ ଟ୍ରେନ୍‌ ଧକ୍କାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି । ଢେଙ୍କାନାଳ ସଦର ଥାନା ଅଧୀନ ବାରଦା ଲେବଲ କ୍ରସିଂ ନିକଟରେ ଏହି ଦୁର୍ଘଟଣା ହୋଇଛି । ନିକଟସ୍ଥ ଜଙ୍ଗଲରେ ପ୍ରାୟ ୪୫ଟି ହାତୀ ଚଳପ୍ରଚଳ କରୁଛନ୍ତି । ସନ୍ଧ୍ୟା ପ୍ରାୟ ୭ଟାରେ ସେମାନଙ୍କ ମଧ୍ୟରୁ ୨ଟି ହାତୀ ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରିବାକୁ ଯାଉଥିବା ବେଳେ ମାଈ ହାତୀଟି ଦୁର୍ଘଟଣାର ଶିକାର ହୋଇଥିଲା ।

ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ହାତୀର ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । କିଛି ମାସ ପୂର୍ବରୁ ଢେଙ୍କାନାଳରେ ଏହିପରି ଏକ ଦୁର୍ଘଟଣାରେ 8ଟି ହାତୀଙ୍କର ମୃତ୍ୟୁ ହୋଇଥିଲା ।

Related Posts