ହତ୍ୟା ଧମକ ପରେ ସଲ୍‌ମାନଙ୍କ ସିକ୍ୟୁରିଟି ଏକ୍ସରୁ ୱାଇ ପ୍ଲସ୍‌କୁ ବୃଦ୍ଧି

ମୁମ୍ବାଇ: ବୃଦ୍ଧି ପାଇଲା ସଲ୍‌ମାନଙ୍କ ସିକ୍ୟୁରିଟି । ହତ୍ୟା ଧମକ ମିଳିବା ପରେ ସଲ୍‌ମାନଙ୍କ ସିକ୍ୟୁରିଟି ଏକ୍ସରୁ ୱାଇ ପ୍ଲସ୍‌କୁ ବୃଦ୍ଧି କରିଛି ମୁମ୍ୱାଇ ପୋଲିସ । ଏହାର ଅର୍ଥ ହେଉଛି ଏହି ତାରକାଙ୍କୁ ଏବେ ସବୁ ସମୟରେ ଦୁଇ ଦୁଇଟା ସୁରକ୍ଷାକର୍ମୀ ଜଗି ରହିବେ। ତାଙ୍କ ବାସଭବନରେ ଦୁଇ ଜଣ ସିକ୍ୟୁରିଟି ୨୪ ଘଣ୍ଟା ଜଗି ରହିବେ।

ବିଷ୍ଣୋଇ ଗ୍ୟାଙ୍ଗ୍‌ଠୁ ହତ୍ୟା ଧମକ ପରେ ସଲ୍‌ମାନଙ୍କୁ ଏହି ସିକ୍ୟୁରିଟି ଯୋଗାଇ ଦେବାକୁ ମୁମ୍ବାଇ ପୁଲିସ୍‌ର ସୁରକ୍ଷା ଶାଖା ନିଷ୍ପତ୍ତି ନେଇଛି। ପୂର୍ବରୁ ସଲ୍‌ମାନଙ୍କ ମାତ୍ର ଗୋଟାଏ ସିକ୍ୟୁରିଟି ସୁବିଧା ମିଳୁଥିଲା।

ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୂଷେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅର୍ଥାତ୍‌ ଜୁନ୍‌ ପ୍ରାରମ୍ଭରେ ଅଭିନେତା ସଲ୍‌ମାନ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କଥାକୁ ସ୍ବୀକାର କରିିଥିଲା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଷ୍ନୋଇ। ପୁଲିସ୍‌ ଲରେନ୍ସକୁ ପଚରାଉଚରା କରିବା ବେଳେ ଲରେନ୍ସ ସ୍ବୀକାର କରିଥିଲା ଯେ ୧୯୯୮ ମସିହା କୃଷ୍ନସାର ମୃଗ ହତ୍ୟା ମାମଲାକୁ ନେଇ ସଲ୍‌ମାନଙ୍କୁ ସବକ ଶିଖାଇବା ଉଦ୍ଦେଶ୍ୟରେ ସେ ୨୦୧୮ ମସିହାରେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଶୋଇ ଟାର୍ଗେଟରେ ସିନେ ନିର୍ମାତା କରଣ ଜୋହର ଥିଲେ ବୋଲି ପୂର୍ବରୁ ଆମେ ଜାଣିଛନ୍ତିି। ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୌରଭ ମହାକାଲ୍‌ ଏ ନେଇ ଦାବି କରିଥିଲେ।

Related Posts