ସଲମାନ ଖାନଙ୍କ ଡବି ଡବଲ ସାଗର ପାଣ୍ଡେଙ୍କ ଦେହାନ୍ତ

ମୁମ୍ଵାଇ : ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଖବର । ସଲମାନ ଖାନଙ୍କ ଡବି ଡବଲଙ୍କ ଦେହାନ୍ତ ହୋଇଛି । ମୃତକ ସାଗର ପାଣ୍ଡେ । ୫୦ ବର୍ଷୀୟ ସାଗର ପାଣ୍ଡେ ଜିମରେ କାମ କରୁଥିଲେ। ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଗଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣା ରାତି ପ୍ରାୟ ୧ ଟା ସମୟରେ ଘଟିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଗର ପାଣ୍ଡେ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସାଗର ପାଣ୍ଡେଙ୍କ ମୃତ୍ୟୁ ଯୋଗୁଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ ବୁଡ଼ି ଯାଇଛି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସଲମାନ ଖାନଙ୍କ ନିକଟତର ସାଗର ପାଣ୍ଡେ ଗତ୨୪ ବର୍ଷ ଧରି ସଲମାନ ଖାନଙ୍କ ସହ କାମ କରୁଥିଲେ। ଲକ୍‌ଡାଉନ୍‌ ସମୟରେ ସାଗର ପାଣ୍ଡେଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ୍‌ ହୋଇଯାଇଥିଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ଦୈନିକ ଜୀବନ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଖବର ଶୁଣିବା ପରେ ସଲମାନ ତାଙ୍କ ବଡି ଡବଲ ସାଗର ପାଣ୍ଡେଙ୍କୁ ସାହାଯ୍ୟ କରିଥିଲେ

Related Posts