ଭାରତରେ ବ୍ୟାନ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ଦିଲ୍ଲୀ: ଭାରତର ବଡ ପଦକ୍ଷେପ । ପାକିସ୍ତାନ ବିରୋଧରେରେ ଭାରତ ଏକ ବଡ଼ ଆକ୍ସନ ନେଇଛି । ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟବ୍ୟାନ କରିଛି । ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ । କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର ।

ନିକଟରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଓ ଇଡି ସମେତ ଅନ୍ୟ ଏଜେନ୍ସି କିଛି ସଂଗଠନ ଉପରେ ଚଢାଉ କରିଛନ୍ତି । ଏହାସହ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ହେପାଜକୁ ନେଇଛନ୍ତି । ଏହି ଘଟଣାରେ ପଚରାଉଚରା ଜାରି ରହିଛି

Related Posts