ମେହୁଲ ଚୋକ୍‌ସିଙ୍କୁ ପୁଞ୍ଜି ବଜାରରୁ ୧୦ ବର୍ଷ ବାସନ୍ଦ

ନୂଆଦିଲ୍ଲୀ :ମେହୁଲ ଚୋକ୍‌ସିଙ୍କୁ ପୁଞ୍ଜି ବଜାରରୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ମେହୁଲ ଚୋକ୍‌ସି । ତାଙ୍କ ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ‌

ଏଥିସହ ଏହି ଜରିମାନା ୪୫ ଦିନ ଭିତରେ ‌ଦେବାକୁ ତାଙ୍କୁ କୁହାଯାଇଛି। ସେୟାର କାରବାରରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି।

ଭାରତ ଛାଡ଼ି ଚାଲିଯାଇଥିବା ଚୋକ୍‌ସି ଏବେ ଆଣ୍ଟିଗୁଆରେ ରହୁଛନ୍ତି ।

Related Posts