
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରି ସାରିଲେଣି । ଏପରିକି ବିଭିନ୍ନ ସ୍କିମ ନେଇ ଲୋକଙ୍କ ପାଖକୁ ମଧ୍ୟ ଯାଉଥିବାର କଥା ସାମ୍ନାକୁ ଆସିଛି । ଏହା ମଧ୍ୟରେ ସାମଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କୃଷକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ କୃଷକଙ୍କୁ ଅଖିଳେଶ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେଇଛନ୍ତି । ସେପଟେ ଏହା ପୂର୍ବରୁ ବିଦ୍ୟୁତ ବିଲ ବୃଦ୍ଧି କରି ଲୋକମାନଙ୍କ ଠାରୁ ଅନେକ ଶୋଷଣ କରାଯାଉଥିଲା । ଏଭଳି ପରିସ୍ଥିତିରେ ସମାଜବାଦୀ ପାର୍ଟି ଆସନ୍ତା କାଲି ଠାରୁ ଏହି ଅଭିଯାନ ଚଳାଇବାକୁ ଯାଉଛି ।
ଯେଉଁଥିରେ ଲୋକମାନେ ୩୦୦ ୟୁନିଟ ବିଦ୍ୟୁତ ମାଗଣାରେ ଫର୍ମ ପୂରଣ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଯାଦବ କହିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟି ବିରୋଧରେ ପିଏଲ ପ୍ରସଙ୍ଗରେ ମଧ୍ୟ ଅଖିଳେଶ ଯାଦବ କହିଥିବାର ଦେଖିବାକୁ ମିଳିଛି । ତେବେ ଏହା ଏକ ବିଜେପି ପ୍ରୟାଜିତ ପିଏଲ । ଯୋଗୀ ଜି ପ୍ରଶ୍ନ କରିଛନ୍ତି ସେଠାରେ କେତେ ମାମଲା ଅଛି । ସେପଟେ ତାଙ୍କୁ ଦେଖିବାକୁ ପଡ଼ିବ ଯେ ଅଧିକାଂଶ କଳଙ୍କିତ ପ୍ରାର୍ଥୀ ବିଜେପିରେ ଅଛନ୍ତି । ତେଣୁ ସର୍ବପ୍ରଥମେ ବିଜେପିର ମାନ୍ୟତା ବାତିଲ ହେବା ଉଚିତ ବୋଲି ଅଖିଳେଶ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।