ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଘଟଣା: ୨ ମୃତଦେହ ଉଦ୍ଧାର

କୁଚିଣ୍ଡା : ସମ୍ବଲପୁର କୁଚିଣ୍ଡା ଥାନା ନକଟିପାଲି ପୋଲ ତଳକୁ କାର ଖସିବା ଘଟଣାରେ ମିଳିଲା ମୃତ ଦେହ । ୨ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ l କାର ଚାଳକ ଓ ଅନ୍ୟଜଣଙ୍କ ମୃତଦେହ ଦୀର୍ଘ ଦଶ ଘଣ୍ଟା ପରେ ଉଦ୍ଧାର ହୋଇଛି l ଅଗ୍ନିଶମ ବାହିନୀ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ମାନେ ହେଲେ ଗୁଣ୍ଡରୁଚୁଆଁ ଗାଁର ପ୍ରତାପ ପଟେଲ ଓ ତାପସ ନାଏ।

ଖବର ଅନୁଯାୟୀ, କlଲଇଡା -ଫାଶୀମାଲ ରାସ୍ତାର ନକଟିପାଲି ପୋଲ ଉପରେ ଲଗାଣ ବର୍ଷାରେ ପାଣି ଯାଉଥିବା ବେଳେ କାର ଚାଳକ ଶନିବାର ସନ୍ଧ୍ୟା ସମୟରେ ପୋଲ ପାର କରୁଥିବା ବେଳେ ଭାସି ଯାଇଥିଲେ l ଉଦ୍ଧାର କାର୍ଯ୍ୟ ସାରା ରାତିରେ ଚାଲି ଥିଵା ବେଳେ ରବିବାର ସକାଳୁ ପାଣି କମିବ ପରେ ଜଣାପଡ଼ିଥିଲା l ଗତକାଲି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବ ବେଳେ ପୋଲ ତଳେ ପ୍ରାୟ ଦଶ ଫୁଟ ପାଣି ରହିଥିଲା l ରାତିରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା।

Related Posts