ସୀତାରାମ ୟେଚୁରୀ ଓ ଡି ରାଜା ଅଟକ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇ ଅଟକ ରହିଛନ୍ତି ଦୁଇ ବାମପନ୍ଥୀ ନେତା । ସିପିଆଇଏମର ସାଧାରଣ ସଂପାଦକ ସୀତରାମ ୟେଚୁରୀ ଓ ସିପିଆଇର ସାଧାରଣ ସଂପାଦକ ଡି ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି । ବାମପନ୍ଥୀ ନେତାଙ୍କୁ ଭେଟିବାକୁ ଯାଇଥିବା ଏହି ଦୁଇ ନେତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଟକ ରଖାଯାଇଥିବା ଜଣାପଡିଛି ।

ଗତକାଲି ମଧ୍ୟ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଜାମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀର ଏକ ବୈଠକ ପାଇଁ ଶ୍ରୀନଗରରେ ପହଂଚିଥିଲେ । ତେବେ ବିମାନବନ୍ଦରରେ ତାଙ୍କୁ ଅଟକା ଯାଇଥିଲା ଓ ଫେରିଯିବା ପାଇଁ କୁହାଯାଇଥିଲା ।

ଧାରା ୩୭୦ ଉଠିବା ପରେ ଜାମ୍ମୁ-କାଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଥିବା ସେନାମୁଖ୍ୟ କହିଛନ୍ତି । ଅନ୍ୟପଟେ ହିଂସାକାଣ୍ଡ ଘଟିବା ଆଶଙ୍କାରେ କୌଣସି ରାଜନେତାଙ୍କୁ ଛଡାଯାଉ ନାହିଁ ।

Related Posts