ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସଞ୍ଜୟ ରାଉତଙ୍କ କଟାକ୍ଷ କହିଲେ – “ଫଡନଭିସ୍‌ଙ୍କୁ ସନ୍ୟାସ ନେବାକୁ ଦେବି ନାହିଁ, ମହାରାଷ୍ଟ୍ରକୁ ତାଙ୍କର ଆବଶ୍ୟକତା ରହିଛି”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୌର ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଏବେ ଓବିସି ଆଇକ୍ଷଣକୁ ନେଇ ରାଜନୀତି ସରଗରମ । ମହାବିକାଶ ଅଘାଡି ସରକାର ଓ ବିଜେପି ମଧ୍ୟରେ ଆରକ୍ଷଣକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଓବିସି ଆରକ୍ଷଣକୁ ମୁଦ୍ଦା କରି ବିଜେପି ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ଶିବସେନା ନେତା ସଞ୍ଜୟ ରାଉତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ଙ୍କୁ କଟାକ୍ଷ କରିଛନ୍ତି । ରାଉତ କହିଛନ୍ତି ଯେ, ମୁଁ ଫଡନଭିସ୍‌ଙ୍କୁ ରାଜନୀତରୁ ସନ୍ନ୍ୟାସ ନେବାକୁ ଦେବି ନାହିଁ। କାରଣ ସେ ଜଣେ ଟାଣୁଆ ନେତା ମହାରାଷ୍ଟ୍ରଙ୍କୁ ତାଙ୍କର ଆବଶ୍ୟକତା ରହିଛି। ତେବେ ସେ ଫଡନିଭିସ୍ ଙ୍କ ସହ ଏବାବଦରେ ସାକ୍ଷାତ କରି ଆଲୋଚନା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ , ନିକଟରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ କହିଥିଲେ ଯେ, ବିଜେପିକୁ ଶାସନ କ୍ଷମତାକୁ ଆଣ ମୁଁ ୩ ରୁ ୪ ମାସ ମଧ୍ୟରେ ଓବିସି ସମାଜକୁ ଆରକ୍ଷଣ ପ୍ରଦାନ କରିବି ନଚେତ୍ ରାଜନୀତିରୁ ଅବସର ନେଇଯିବି। ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ଫଡନଭିସ୍ ଜଣେ ଟାଣୁଆ ନେତା। ତାଙ୍କର ଗଭୀର ଜ୍ଞାନ ରହିଛି। ତେଣୁ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହଯୋଗ କରିବା ଆବଶ୍ୟକ। ସନ୍ନ୍ୟାସ ନେବା ଭଳି ବୟାନ୍‌ ଦେବା ଠିକ୍‌ ନୁହେଁ। ସେ ବିଜେପି ପ୍ରତି ଏମିତି ଅନ୍ୟାୟ କରିବା ଅନାବଶ୍ୟକ ବୋଲି ସଞ୍ଜୟ ରାଉତ କହିଛନ୍ତି। ଆଗକୁ ମହାରାଷ୍ଟ୍ରରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଓବିସି ଆରକ୍ଷଣକୁ ମୁଦ୍ଦା କରିବାକୁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି। ଏମିତିକି କରୋନା କାଳରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Related Posts