ଆପ୍ ର ପ୍ରେସ୍ କନଫରେନ୍ସ ରୋକିବା ଅଭିଯୋଗ ମିଥ୍ୟା, ସେମାନେ କହିଲେ ତାଙ୍କ ପାଇଁ ଲଞ୍ଚ୍ ର ବ୍ୟବସ୍ଥା କରିବି : ଅମରେନ୍ଦର ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଦିନ ପଞ୍ଜାବରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜ୍ରିୱାଲ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରେସ୍ କନଫରେନ୍ସରେ ପଞ୍ଜାବ ବିଧାନସଭା ନିର୍ବାଚନ ସମ୍ପର୍କରେ ଦଳ ଏକ ବଡ ଘୋଷଣା କରିବାକୁ ଯାଉଛି ବୋଲି ସୂଚନା ମିଳିଛି। ତେବେ ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅମରିନ୍ଦର ସିଂ ସରକାର ତାଙ୍କୁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏପଟେ ପଞ୍ଜାବର ସିଏମ ଅମରିନ୍ଦର ସିଂ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଏହାକୁ ଆପ୍ ର ଏକ ଡ୍ରାମା ବୋଲି କହିଛନ୍ତି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବରୁ ପଞ୍ଜାବରେ ଏକ ରାଲିରେ ସମ୍ବୋଧିତ କରିବାକୁ କେଜରିୱାଲଙ୍କୁ ଅନୁମତି ଦେଇଥିଲୁ, ତେବେ ତାଙ୍କୁ ବର୍ତ୍ତମାନ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ରୋକିବୁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ଯଦି ସେ ଚାହାଁନ୍ତି, ତେବେ ମୁଁ( ଅମରିନ୍ଦର ସିଂ) ସେମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା କରିବି କ୍ୟାପଟେନ କହିଛନ୍ତି । ଏହା ପୂର୍ବରୁ ଆପ୍ ନେତା ରାଘବ ଚଢା ଅଭିଯୋଗ କରିଥିଲେ ଯେ କ୍ୟାପଟେନ ସରକାର ସାମ୍ବାଦିକ ସମ୍ମିଳନୀ ରୋକିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ “ଅଦୃଶ୍ୟ ଲୋକପ୍ରିୟତା” ର ଭୟ ଥିବାରୁ ଏଭଳି କରାଯାଇଛି। ଆପ୍ ନେତା ଆହୁରି ମଧ୍ୟ କହିଛନ୍ତି ଯେ – ମଙ୍ଗଳବାର ହେବାକୁ ଥିବା ବଡ ଘୋଷଣା ପରେ ସମଗ୍ର କଂଗ୍ରେସ ଦଳ ଏବଂ ଅମରିନ୍ଦର ସିଂ ଆଶ୍ଚର୍ଯ୍ୟ ହୋଇଯିବେ। କଂଗ୍ରେସ ଏବଂ ଅମରିନ୍ଦର ସିଂଙ୍କୁ 440 ଭୋଲ୍ଟର ସକ୍ ଲାଗିବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଯଦି ‌ଆପ୍‌ ପଞ୍ଜାବରେ କ୍ଷମତାକୁ ଆସିବ, ତା’ହେଲେ ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ଯାଏ ବିଜୁଳି ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଯଦି ବିଦ୍ୟୁତ୍ ଉତ୍ପାଦନ ନକରି ଦିଲ୍ଲୀ ସରକାର ମାଗଣା ବିଦ୍ୟୁତ୍ ଦେଇପାରିବ, ତେବେ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ପଞ୍ଜାବରେ ସରକାର କାହିଁକି ମାଗଣା ବିଦ୍ୟୁତ୍ ଯୋଗାଇବାରେ ଅକ୍ଷମ ବୋଲି ସେ ପ୍ରଶ୍ନ କରିଛନ୍ତି ? ପଞ୍ଜାବର ମହିଳାମାନେ ମୁଦ୍ରାସ୍ଫୀତି ଯୋଗୁ ଅସନ୍ତୋଷରେ ଦିନ କାଟୁଛନ୍ତି। ଆପ ପଞ୍ଜାବକୁ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ବିଜୁଳି ଯୋଗାଇ ଦେବ ବୋଲି ସେ କହିଛନ୍ତି।

Related Posts