ସୋଲାର ପାନେଲ ସ୍କାମ ଅଭିଯୁକ୍ତ ସରିଥା ଙ୍କୁ ୬ ବର୍ଷ ଜେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ନେତୃତ୍ୱାଧୀନ ଶାସନ କାଳରେ କେରଳରେ ସୋଲାର ପ୍ୟାନେଲ ସ୍କାମ ସହ ଜଡିତ ଠକେଇ ମାମାଲାରେ କେରଳର କୋଜିକୋଡେ କୋର୍ଟ ସରିଥା ନାୟାରଙ୍କୁ ୬ବର୍ଷ ଜେଲଦଣ୍ଡ ସହ ୪୦୦୦୦ ଜୋରିମାନା କରିଛନ୍ତି । ସରିଥା ଅନେକ ଲୋକଙ୍କୁ ସୋଲାର ପ୍ୟାନେଲ ସ୍ଥାପନା କରିବା ଓ ତାଙ୍କ କମ୍ପାନୀରେ ଫ୍ରାଞ୍ଚାଇଜ୍ ଏବଂ ଚାକିର ପ୍ରଦାନ ଦେବାର ପ୍ତିଶୃତି ଦେଇ କେଟି କୋଟି ଟଙ୍କା ଠକି ନେଇଥିଲେ । କଂଗ୍ରେସ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଥିରୁଭାନଚୋର ରାଧାକ୍ରିଷ୍ଣନ୍ କୋର୍ଟର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିବା ଶାସକ ଦଳ ତାଙ୍କୁ ବ୍ୟବହାର କରୁଛି । ଏହା ତାଙ୍କ ମୁହଁରେ ଚାପୁଡା ବୋଲି ସେ କହିଛନ୍ତି । ବିଶ୍ୱାସଘାତକତା, ପ୍ରତାରଣା, ଡକ୍ୟୁମେଣ୍ଟ ଜାଲିଆତି ଓ ଅନ୍ୟାନ୍ୟ ଅପରାଧରେ ସରିଥା ନାୟାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରଥମ ଅଭିଯୁକ୍ତ ବିଜୁ ରାଧାକ୍ରିଷ୍ଣନ୍ ସରିଥାଙ୍କ ଦ୍ୱିତୀୟ ସ୍ୱାମୀ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି । ପରେ ତାଙ୍କ ଦଣ୍ଡ ଘୋଷଣା କରାଯିବ ।ସେ ପୂର୍ବରୁ ଅନ୍ୟ ତିନୋଟି ମାମଲାରେ ଦାହୀ ସାବ୍ୟସ୍ତ ହୋଇଥିଲେ । ତେଣୁ ତାଙ୍କୁ ଅଲଗା ଅଲଗା ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ୨୦୧୩ରେ ସୋଲାର ଠକେଇ ମାମଲାରେ ଏହି ଦୁଇ ଜଣଙ୍କ ବିରୋଧରେ ୩୦ଟି ଅଭଗେଯାଗ ପଞ୍ଜିକୃତ ହୋଇଥିଲା । ୨୦୧୨ରେ ବ୍ୟବସାୟୀ ଅବୁଦଲ ମଜିଦଙ୍କୁ ସୋଲାର ସ୍ଥାପନା କରିବାକୁ ପ୍ରତିଶୃତି ଦେଇ ତାଙ୍କଠୁ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗ ହୋଇଥିଲା । ଯଦିଓ ଏହି ମାମଲାର ଶୁଣାଣି ୨୦୧୮ରେ ସମାପ୍ତ ହୋଇଥିଲା ତଥାପି ଏହି ନିଷ୍ପତି ସ୍ଥଗିତ ରଖାଯାଇଥିଲା । ଅନେକ କାରଣ ଦର୍ଶାଇ ସରିଥା ନାୟାର କେର୍ଟରେ ହାଜର ନହେବାରୁ ପରେ କୋର୍ଟ ତାଙ୍କ ନାଁରେ ଗିରଫ ଓାରେଣ୍ଟ ଜାରିକରିଥିଲେ ଏବଂ ସରଥାକୁ ଥିରୁଭନନ୍ତପୁରମ ରେ ଥିବା ତାଙ୍କ ଘରୁ ଗିରଫ କରାଯାଇଥିଲା ।
୨୦୧୩ରେ ଓମେନ୍ ଚାନ୍ଦି ଶାସନର ପତନ ହେବାର ଅନ୍ୟତମ କାରଣ ସୋଲାର ଦୁର୍ନତି । ନାୟାର ଓ ରାଧା କ୍ରିଷ୍ଣ ଟିମ୍ ସୋଲାର ନାମକ ଏକ କାଳ୍ପନିକ ସୋଲାର ଶକ୍ତି କମ୍ପାନୀକୁ ଭାସମାନ କରିଥିଲେ । ଏବଂ ଲେକଙ୍କୁ ତାଙ୍କ କମ୍ପାନୀରେ ବ୍ୟବସାୟିକ ଭାଗିଦାରୀ କରିବାର ପ୍ରତିଶୃତି ଦେଇ ପୁଞ୍ଜି ବିନିଯୋଗ କରି ଅନେକ ଲୋକମାନଙ୍କୁ ଠକିଥିଲେ । ନାୟାର ସେ ତାଙ୍କ ସୁ ସଂପର୍କ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲଗାତର ଯାଉଥିଲେ । କେରଳର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମେନ ଚାନ୍ଦୀଙ୍କୁ ତାଙ୍କର ଦୁଇ ବ୍ୟକ୍ତିଗତ ସଚିବ ଓ ରାଜ୍ୟର ଲୋକ ସଂପର୍କ ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବାକୁ ପଡିଥିଲା । ପରେ ନାୟାର ଓମେନ ଚାନ୍ଦିଙ୍କ ସମେତ ବହୁ କଂଗ୍ରେସ ନେତାଙ୍କୁ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ । ଦୁଇମାସ ପୂର୍ବରୁ ପିନାରାଇ ବିଜୟାନ ସରକାର ସିବିଆଇରେ ଅଭି୍‌ଯୋଗ ଦାଖଲ କରିଥିଲେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହାଁନ୍ତି ବେଲି କହିଥିଲେ

Related Posts