ଝାରସୁଗୁଡା ଉପକାରାଗାରରେ ଅଘଟଣ: ବିଚାରଧୀନ କଏଦୀଙ୍କ ଗଳା କାଟି ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା : ଝାରସୁଗୁଡା ଉପକାରାଗାରରେ ପୁଣି ଅଘଟଣ । ଆତ୍ମହତ୍ୟା ଉଦ୍ୟମ କଲେ ଜଣେ କଏଦୀ । ନିଜେ ନିଜର ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଏଦୀ ବ୍ଲେଡରେ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । କଏଦୀ ଜଣକ ଝାରସୁଗୁଡା ବ୍ରଜରାଜନଗର ଓପିଏମ କଲୋନୀ ଅଂଚଳର ସୁରଜ କର ।

ଗୁରୁତର ଅବସ୍ଥାରେ ସୁରଜଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦ ଦିନ ତଳେ ସେ ଏକ ମାମାଲା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ତେବେ ତାଙ୍କ ପ୍ରତିପକ୍ଷ ଅଭିଯୁକ୍ତ ଜେଲରେ ବନ୍ଦୀ ଥିବାରୁ ଏହା ଏକ ହତ୍ୟା ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Related Posts