ଭାରତୀୟଙ୍କ ପାଇଁ ବଡ଼ ଘୋଷଣା କଲା ସାଉଦି ଆରବ: ଭିସା କରିବା ପାଇଁ ଦେବାକୁ ପଡ଼ିବନି ପୋଲିସ କ୍ଲିୟରାନ୍ସ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ସାଉଦ୍ ଆରବ ଏକ ବଡ଼ ଘୋଷଣା କରିଛି । ଭାରତୀୟ ନାଗରିକଙ୍କୁ ଆରବ ଭିସା ହାସଲ କରିବା ପାଇଁ ପୋଲିସ କ୍ଲିୟରାନ୍ସ ଦେବାକୁ ପଡିବ ନାହିଁ । ଦିଲ୍ଲୀରେ ଅବସ୍ଥାପିତ ସାଉଦି ଆରବ ଦୂତାବାସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ଦୂତାବାସ କହିଛି, ଏବେ ଭିସା ପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ଦରକାର ପଡିବ ନାହିଁ । ଏହି ନିଷ୍ପତ୍ତି ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବା ଦିଗରେ ନିଆଯାଇଛି । ଗତ କିଛି ବର୍ଷ ଧରି ଭାରତ ଏବଂ ସାଉଦି ଆରବ ମଧ୍ୟରେ ରାଜନୈତିକ, ପ୍ରତିରକ୍ଷା, ଉର୍ଜା, ବ୍ୟବସାୟ, ନିବେଶ, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ସମ୍ପର୍କ ଅଧିକ ମଜଭୁତ ହୋଇଛି।

କରୋନା ମହାମାରୀ ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେପ୍ଟେମ୍ୱରରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସାଉଦି ଆରବ ଗସ୍ତ କରିଥିଲେ । ଏହି ସମୟରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସମ୍ପର୍କର ସବୁ ଦିଗରୁ ସମୀକ୍ଷା କରିଥିଲେ ଏବଂ କ୍ଷେତ୍ରୀୟ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲେ ।

Related Posts