୯ ଜିଲ୍ଲାପାଳକୁ ରିପୋର୍ଟ ମାଗିଲେ ଏସଆରସି

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ ଏସଆରସି । ୯ ଜିଲ୍ଲାପାଳଙ୍କୁ ମଗାଯାଇଛି ରିପୋର୍ଟ । ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ମାଗିଛନ୍ତି ଏସଆରସି । ଆସନ୍ତା ୧୭ ତାରିଖ ମଧ୍ୟରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କହିଛନ୍ତି ଏସଆରସି । ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷାରୁ ହୋଇଥିବା ନେଇ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବେ । ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ । କ୍ଷୟକ୍ଷତି ହୋଇଥିବା ସ୍ଥାନର ଆବଶ୍ୟକ ଫଟୋ ପ୍ରମାଣପତ୍ର ଦେବାକୁ ପଡିବ । କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଦିଆଯିବ ବୋଲି ସରକାର କହିଛନ୍ତି ।

Related Posts