
ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ବର୍ଷ ଛାତ୍ରର ମୃତ୍ୟୁ ଘଟଣାରେ ତଦନ୍ତ କରାଯିବ । ଅଟୋରେ ସ୍କୁଲ ପିଲାଙ୍କୁ ନିଆ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବେ । ସରକାରଙ୍କ ଏହି ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ ପିଲାଙ୍କୁ ଅଟୋରେ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସକାଳେ ଏକ ଅଟୋ ଗଞ୍ଜାମ ଜିଲ୍ଲା ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଣ୍ଡିରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ତେବେ ଦିଗପହଣ୍ଡିର ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମୃତ ଛାତ୍ର ଜଣଙ୍କ ହେଲେ ୫ ବର୍ଷୀୟ ଅଜୟ ପ୍ରଧାନ । ଅଜୟ ଅଟୋର ଗୋଟିଏ ସାଇଡ଼୍ରେ ବସିଥିଲେ। ଅସାବଧାନ କାରଣରୁ ଅଭୟ ଚଳନ୍ତା ଅଟୋରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।