ମୌସୁମୀ ଅଧିବେଶନ ପୂର୍ବରୁ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ସତ୍ୟପାଠ ବ୍ୟୁରୋ : ବିଧାନସଭା ଅଧିବେଶନ ଚାଲିଥିବା ବେଳେ ରାଜ୍ୟ କି ଦେଶ ବାହାରକୁ ଯାଇ ପାରିବେ ନାହିଁ ସଚିବ । ଏନେଇ ବିଭାଗୀୟ ସଚିବ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ସଚିବମାନଙ୍କୁ ସଦର ମହକୁମାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଷୋଡଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ଏହି ପ୍ରଥମ ଅଧିବେଶନ ବସିବ । ତେଣୁ ଏହି ସମୟରେ ସଚିବମାନେ ରାଜ୍ୟ ବାହାରକୁ କି ବିଦେଶ ଗସ୍ତରେ ଯାଇ ପାରିବେ ନାହିଁ ଏବଂ ସଦର ମହକୁମାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related Posts