ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ମାଡ଼ି ବସିଲା ପୋଲିସ: ଫୁଲବାଣୀରୁ 5 ଯୁବକ ଗିରଫ

ଫୁଲବାଣୀ : ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ, ମଦ ପିଇ ଦୃତ ଗତିରେ ଗାଡି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ । ଏନେଇ ଅନେକ ସମୟରେ ପୋଲିସ ମଦୁଆ ଗାଡ଼ି ଚାଳକଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ, କଡ଼ା ଆଇନ୍ ମଧ୍ୟ ଆଣିଛି । ତଥାପି ଚେତୁ ନାହାନ୍ତି ଅମାନିଆ ।

ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଗାଡି ମୋଟର ଯାଞ୍ଚ ଏଵେ କଡ଼ାକଡ଼ି କରାଯାଇଛି l ଆଉ ସହରର ବିଭିନ୍ନ ଛକ ଜାଗାରେ ପ୍ରତିଦିନ ଏଵେ ଜୋରଦାର ଚେକିଙ୍ଗ କରାଯାଉଛି l

ଶୁକ୍ରବାର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଗାଡି ଚେକିଂ କରାଯାଉଥିଲା। ଏହି ସମୟରେ ପୋଲିସ ୪ ଜଣଙ୍କୁ ମଦ ପିଇ ଡ୍ରାଇଭିଂ କରୁଥିବା ସନ୍ଦେହରେ ପରୀକ୍ଷା କରିବା ପରେ ସେମାନେ ମଦ ପିଇଛନ୍ତି ବୋଲି ସ୍ପଷ୍ଟ ହୋଇଥିଲା। ପରେ ପରିବହନ ବିଭାଗ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ଓ କର୍ମଚାରୀମାନେ ଏହି ୪ ଜଣଙ୍କୁ ଗିରଫ କରିଛନ୍ତି l

ସେହିପରି ପୂର୍ବ ସପ୍ତାହ ମଧ୍ୟରେ ପ୍ରାୟ ୫୦ ଗାଡି ଚାଳକଙ୍କୁ ନିଶାଶକ୍ତ ଅବସ୍ତାରେ ଗାଡ଼ି ଚଳାଉଥିବା ଅଭିଯୋଗରେ ବିଭାଗୀୟ ଅଧିକାରୀ ଓ ପୋଲିସ ମିଳିତ ଭାବେ ବିଭିନ୍ନ ଥାନା ଅଞ୍ଚଳରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Related Posts