ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଛତିଶଗଡ଼ର ଆଇପିଏସ ଅଧିକାରୀଙ୍କ ବିରୋଧରେ ରୁଜୁ ହେଲା ଦେଶଦ୍ରୋହ ମାମଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଳିତ ସପ୍ତାହ ଆରମ୍ଭରେ ଆଣ୍ଟି କରପସନ୍ ବ୍ୟୁରୋ (ଏସିବି) ଦ୍ୱାରା ଛତିଶଗଡ଼ର ଜଣେ ଆଇପିଏସ୍ ଅଧିକାରୀଙ୍କ ଘରେ ରେଡ୍ ହୋଇ ଥିଲା। ପରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରାଯାଇଛି।1994 ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ଜି ପି ସିଂ ପୂର୍ବରୁ ଏସିବିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଥିଲେ ଏବଂ ରାୟପୁରର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଜୁଲାଇ ୫ ରେ ନିଲମ୍ବିତ ହେବା ପୂର୍ବରୁ ତାଙ୍କୁ ପୋଲିସ ଟ୍ରେନିଂ ଏକାଡେମୀର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ଗୁରୁବାର ରାତିରେ ରାୟପୁରରେ ଦାଖଲ ହୋଇଥିବା ଏଫ୍ଆଇଆରରେ ପୋଲିସ କହିଛି ଯେ ସିଂଙ୍କ ଘରେ ଖୋଜାଖୋଜି ସମୟରେ ଏସିବି “ଗୁରୁତର ତଥା ସମ୍ବେଦନଶୀଳ ସୂଚନା” ଏବଂ “ସରକାର ତଥା ଏହାର ନୀତି ବିରୁଦ୍ଧରେ କିଛି ଲେଖା” ଜବତ କରାଯାଇଛି । ଜୁଲାଇ 1 ରୁ 3 ପର୍ଯ୍ୟନ୍ତ ସିଂଙ୍କ ସହ ଜଡିତ 15 ଟି ସ୍ଥାନରେ ଏସିବି ସର୍ଚ୍ଚ କରିଥିଲା।

ରାୟପୁରରେ ସିଂଙ୍କ ସରକାରୀ ବାସଭବନରେ ଚଢାଉ ସମୟରେ ଏଫ୍ଆଇଆର ମୁତାବକ ଘର ପଛପଟରୁ କିଛି ଛିଣ୍ଡା କାଗଜ ଉଦ୍ଧାର କରାଯାଇଥିଲା। ଯେତେବେଳେ ଏହି ଖଣ୍ଡଗୁଡ଼ିକ ପୁନଃ ଏକାଠି କରି ସଜାଗଲା, ସେତେବେଳେ “ଗମ୍ଭୀର ଏବଂ ସମ୍ବେଦନଶୀଳ” ସୂଚନା ଲେଖା ହୋଇ ଟାଇପ୍ ହୋଇଥିବା ଦେଖିବାକୁ ମିଳିଥିଲା। “ ଏହି ଦଲିଲଗୁଡ଼ିକରେ ବିଭିନ୍ନ ଜନ ପ୍ରତିନିଧୀ ଏବଂ ପ୍ରାର୍ଥୀଙ୍କ ଗୁପ୍ତ ତଥ୍ୟ ରହିଥିଲା। ଧାର୍ମିକ ଆଧାରରେ ଆପତ୍ତିଜନକ ମନ୍ତବ୍ୟ ବହନ କରୁଥିବା ଡକ୍ୟୁମେଣ୍ଟଗୁଡିକ ମଧ୍ୟ ଜବତ କରାଯାଇଛି ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହି ଲେଖାଗୁଡ଼ିକ ସାମ୍ପ୍ରଦାୟିକ ତଥା ଜାତିଗତ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ଏଫ୍ଆଇଆର୍ ରେ କୁହାଯାଇଛି ।

ଏଫ୍ଆଇଆର୍ ଅନୁଯାୟୀ, ସିଂ ଏବଂ ତାଙ୍କ ସହାୟକଙ୍କ ଘରୁ ସମାନ ତଥ୍ୟ ଥିବା 48 ପୃଷ୍ଠାର ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଥିଲା। ଏଫ୍ଆଇଆର୍ କହିଛି, “ଏକ ଲିଭ୍ଫୋପରେ, 5 ପୃଷ୍ଠା, ଯେଉଁଥିରେ ଉଭୟ ପଟ ଟାଇପ୍ ହୋଇଛି ସେଥିରେ ନିର୍ବାଚିତ ପ୍ରତିନିଧି, ଅଧିକାରୀ, ସରକାରଙ୍କ ନୀତି ଏବଂ ଯୋଜନା ଉପରେ ପ୍ରତିକୂଳ ମନ୍ତବ୍ୟ ଥିବା ଦେଖିବାକୁ ମିଳିଛି। ସିଂଙ୍କୁ ଆଇସିସିର ଧାରା 124 ଏ ଏବଂ 153A ଆଧାରରେ ମାମଲା ରୁଜୁ କରାଯାଇଛି।
ସିଂଙ୍କ ବିରୋଧରେ ଆୟକର ବିଭାଗ ମଧ୍ୟ ଯାଞ୍ଚ୍ କରାଯାଉଛି। ଛତିଶଗଡ ଏବଂ ମଧ୍ୟପ୍ରଦେଶର 15 ଟି ସ୍ଥାନରେ ଅନେକ ବେନାମୀ କାରବାର କରି ଅନୌପଚାରିକ ସମ୍ପତ୍ତି ହାସଲ କରିଥିବା ଅଭିଯୋଗ ହୋଇଛି। ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ତେବେ ଏହି ଆକ୍ରମଣରୁ ଜବତ ହୋଇଥିବା ଦଲିଲଗୁଡ଼ିକ ଆପତ୍ତିଜନକ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ଶୁକ୍ରବାର ଦିନ ସିଂ ତାଙ୍କ ଓକିଲ କିଶୋର ଭଦୁରୀଙ୍କ ମାଧ୍ୟମରେ ଛତିଶଗଡ ହାଇକୋର୍ଟକୁ ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଭଦୁରୀ କହିଛନ୍ତି ,“ ସମଗ୍ର ପୋଲିସ କଳକୁ ତାଙ୍କ ବିରୁଦ୍ଧରେ ଲଗାଇ ଦିଆଯାଇଛି। ପୋଲିସ୍ ପକ୍ଷପାତିତା କରୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନ୍ୟାୟିକ ତଦନ୍ତ ପାଇଁ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି। ” ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ ଶୁଣାଣି କରିବାକୁ ରାଜ୍ୟ ସରକାର ମଧ୍ୟ ଏକ ଆବେଦନ କରିଥିଲେ। ଆସନ୍ତା ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି।

Related Posts