ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ଦିଗରେ ଝିଅଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା

ଚକିତ ବଜେଟ୍ ରେ ତାମିଲନାଡୁ ସରକାର ଝିଅଙ୍କ ଆର୍ଥିକ ବାଧା ଦୂର କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଶୁକ୍ରବାର ଛାତ୍ରୀମାନଙ୍କୁ ପ୍ରତିମାସରେ ଏକ ହଜାର ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ପ୍ରତିମାସରେ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର କରିବେ ତାମିଲନାଡୁ ସରକାର। ରାଜ୍ୟର ଅର୍ଥମନ୍ତ୍ରୀ ପି.ଟି ରାଜନ ରାଜ୍ୟସଭାରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରି ଏହାର ଘୋଷଣା କରିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ୬ ଲକ୍ଷ ଝିଅ ଉପକୃତ ହେବେ।

ରାଜ୍ୟର ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟରେ ଏହି ଯୋଜନା ପାଇଁ ୬୯୮ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଘୋଷଣା ଅନୁସାରେ ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଙ୍କୁ ସେମାନଙ୍କୁ ସ୍ନାନକ ଡିଗ୍ରୀ ଏବଂ ଡିପ୍ଲୋମା ଏବଂ ଆଇଟିଆଇ ପାଠ୍ୟକ୍ରମ ଅବାଧ ରୂପେ ଶେଷ କରିବା ପାଇଁ ପ୍ରତିମାସରେ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଏହାସହ ମନ୍ତ୍ରୀ କହିଛନ୍ତି, ଛାତ୍ରୀମାନେ ଏହି ଯୋଜନା ସହ ଅନ୍ୟ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ହେବେ । ଏହି ଯୋଜନା ଦ୍ୱାରା ରାଜ୍ୟର ୬ ଲକ୍ଷ ଝିଅ ଉପକୃତ ହେବେ। ଉଚ୍ଚ ଶିକ୍ଷା ଲାଭ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆର୍ଥିକ ସମସ୍ୟା କ୍ଷେତ୍ରରେ ଏହା ଲାଭ ପ୍ରଦ ହେବ ।

Related Posts