ଦିଲ୍ଲୀରେ ଲଜ୍ୟା: କେନ୍ଦ୍ରୀୟ ବିଦ୍ୟାଳୟର ଶୌଚାଳୟରେ ୧୧ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ : ଦିଲ୍ଲୀରେ ଲଜ୍ୟା । କେନ୍ଦ୍ରୀୟ ବିଦ୍ୟାଳୟର ଶୌଚାଳୟରେ ଜଣେ ୧୧ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ ଦିଲ୍ଲୀ ପୋଲିସ ତଥା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ସ୍କୁଲ ପରିସରରେ ଗଣବଳାତ୍କାର ସମ୍ପର୍କରେ ନୋଟିସ ଜାରି କରିଛନ୍ତି।

ଆୟୋଗ ଦେଇଥିବା ସୂଚନାରେ କୁହାଯାଇଛି ଯେ, ୧୧ ବର୍ଷୀୟା ନାବାଳିକା ଅଭିଯୋଗ କରିଛନ୍ତି, ଜୁଲାଇ ୨୦୨୨ରେ ସେ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ଶ୍ରେଣୀକୁ ଯାଉଥିଲେ। ଯେତେବେଳେ ସେ ଏହି ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରଙ୍କ ସହ ମୁହାଁମୁହିଁ ହୋଇଥିଲେ।

ସେ କହିଥିଲେ ଯେ, ଏହି ଛାତ୍ରମାନଙ୍କୁ କ୍ଷମା ମାଗିଥିଲେ। କିନ୍ତୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରି ଶୌଚାଳୟ ଭିତରକୁ ନେଇଯାଇଥିଲେ। ସେ ଅଭିଯୋଗ କରିଛନ୍ତି, ପୁଅମାନେ ଶୌଚାଳୟର କବାଟ ଭିତରୁ ତାଲା ପକାଇ ତାଙ୍କୁ ବଳାତ୍କାର କରିଥିଲେ। ସେ କହିଛନ୍ତି, ଯେତେବେଳେ ସେ ଏହି ଘଟଣା ବିଷୟରେ ଜଣେ ଶିକ୍ଷକଙ୍କୁ ସୂଚନା ଦେଇଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଏହି ଛାତ୍ରଦ୍ୱୟଙ୍କୁ ବରଖାସ୍ତ କରାଯାଇଛି ଏବଂ ମାମଲା ଦାୟର କରାଯାଇଛି।

ମହିଳା ଅଧ୍ୟକ୍ଷ ସ୍ବାତୀ କହିଛନ୍ତି, ଦିଲ୍ଲୀର ଏକ ସ୍କୁଲ ଭିତରେ ୧୧ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ ବୋଲି କହିଛନ୍ତି।

Related Posts