ମହାରାଷ୍ଟ୍ର ନାଦେଡ ଜିଲ୍ଲାରେ ଦୁଃଖଦ ଘଟଣା: ନଦୀରେ ବୁଡି ଗୋଟିଏ ପରିବାରର 5 ଶିଶୁଙ୍କ ସଲିଳ ସମାଧି

ମୁମ୍ବାଇ: ମହାରାଷ୍ଟ୍ରର ନାଦେଡ ଜିଲ୍ଲାରେ ଘଟିଛି ଏକ ବଡ଼ ଦୁଃଖଦ ଘଟଣା । ଏକା ସାଙ୍ଗରେ ଗୋଟିଏ ପରିବାରର 5 ପିଲା ନଦୀରେ ବୁଡି ଜୀବନ ହାରିଛନ୍ତି । ମାଆ କୋଳ ଖାଲି ହୋଇଯାଇଛି ।

ଜାଗତୁଙ୍ଗ ନଦୀରେ ବୁଡି ଯିବାରୁ 5 ଶିଶୁଙ୍କ ମୃତ୍ୟୁ ହୋଇଛି । ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ମୃତ 5 ଶିଶୁ ଗୋଟିଏ ପରିବାରର । ସେମାନଙ୍କ ଭିତରୁ ଦୁଇଜଣ ଭାଇଭଇଣୀ ହୋଇଥିବାବେଳେ ଅନ୍ୟ 3 ଜଣ ସମ୍ପର୍କୀୟ । ନାଦେଡ ଜିଲ୍ଲାର ଖୁଡବାଇ ନଗର ଦୁଇ ପରିବାର କାନଦାହର ଦରଘା ଯାଇଥିଲେ । ଏହାପରେ 5 ଶିଶୁ ନଦୀରେ ପହଁରିବା ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ନଦୀର ଅକାତକାତ ଜଳର ଅନୁମାନ ଲଗାଇ ପାରିନଥିଲା 5 ଶିଶୁ । ଫଳରେ ସାମାନ୍ୟ ଅସାବଧାନତା ପାଇଁ ବଡ ଅଘଟଣ ଘଟିଯାଇଛି।

ସୂଚନା ଅନୁସାରେ, ଘଟଣାଟି ମୁମ୍ବାଇରୁ 630 କିମି ଦୂରରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ବିହାରର ପଶ୍ଚିମ ଚମ୍ପାରନରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି ।

Related Posts