ଉତ୍ତରାଖଣ୍ଡରେ ଲଜ୍ୟା: ଲିଫ୍ଟ ଦେବା ଆଳରେ ଚଳନ୍ତା କାର୍‌ରେ ମାଆ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ

ଡେରାଡୁନ: ଉତ୍ତରାଖଣ୍ଡରେ ଲଜ୍ୟା । ଚଳନ୍ତା କାର୍‌ରେ ଦୁର୍ବୃତଂକ ଜଘନ୍ୟ କାଣ୍ଡ । ମାଆ ସହ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ । ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୁତ୍ତ । ଲିଫ୍ଟ ଦେବା ଆଳରେ କିଛି ଯୁବକ ମାଆଝିଅଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଡେରାଡୁନର ଋଡକୀ ସହରରୁ ଏହି ଛାତିଥରା ଘଟଣା ସାମ୍ନାକୁ ଆସିଛି ।

ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ରାସ୍ତାରେ ମାଆଝିଅଙ୍କୁ ଫିଙ୍ଗି ଫେରାର୍ ହୋଇଯାଇଛନ୍ତି । ବର୍ତ୍ତମାନ ପୀଡିତା ନାବାଳିକ ସିବିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚାରିଆଡେ ଖୋଜାଖୋଜି ଚଳାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରାତି ପ୍ରାୟ ୧୧ଟା ବେଳେ ମହିଳା ନିଜ ଝିଅକୁ ନେଇ କଲିୟରରୁ ଋଡକୀ ଆସୁଥିଲେ । ପିରାନ କଲିୟର ନିକଟରେ ସୋନୁ ନାମକ ଜଣେ ଯୁବକ ସହ ତାଙ୍କର ରାସ୍ତାରେ ଦେଖା ହୋଇଥିଲା । ସେ ମଧ୍ୟ ଋଡକୀ ଯାଉଥିଲା, ତେଣୁ ସେଠାରେ ମହିଳାଙ୍କୁ ଛାଡି ଦେବ ବୋଲି କହିଥିଲା । ଏକଥା ଶୁଣି ମହିଳା ନିଜ ଝିଅକୁ ନେଇ ଯୁବକଙ୍କ କାରରେ ବସିଥିଲେ । ଗାଡି ଭିତରେ ସୋନୁର କିଛି ସାଙ୍ଗ ମଧ୍ୟ ଥିଲେ ।କିଛି ବାଟ ଯିବା ପରେ ଚଳନ୍ତା କାର୍ ଭିତରେ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ସେହି ଯୁବକମାନେ ଦୁଷ୍କର୍ମ କରିଥିଲେ । ମହିଳା ବିରୋଧ କରିବାରୁ ତାଙ୍କୁ ସେମାନେ ଧମକ ଦେଇ ଚୁପ୍ କରିଦେଇଥିଲେ । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ମାଆଝିଅଙ୍କୁ ରାସ୍ତାରେ ଫିଙ୍ଗି ଫେରାର୍ ହୋଇଯାଇଥିଲେ । ଏହାପରେ ମହିଳା ଗୁରୁତର ଅବସ୍ଥାରେ ନିଜ ଝିଅ ସହ ଥାନାରେ ପହଞ୍ଚି ପୁରା ଘଟଣା ଜଣାଇଥିଲେ ।

ପୋଲିସ ରାତିସାରା ଖୋଜାଖୋଜି କରିବା ପରେ ଅଭିଯୁକ୍ତମାନଙ୍କ କିଛି ପତ୍ତା ମିଳିନଥିଲା । ବର୍ତ୍ତମାନ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ମହିଳାଙ୍କ ଡାକ୍ତରୀ ମାଇନା ହୋଇଛି । ଏହି ଗଣଦୁଷ୍କର୍ମ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Posts