ଭାରତୀୟ ଦଳରେ କରୋନା କାୟା: ରୋହିତ ଶର୍ମା କୋଭିଡ ପଜିଟିଭ୍

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ କୁ ଲାଗିଛି ବଡ଼ ଝଟକା। ଭାରତୀୟ ଦଳରେ କରୋନା କାୟା ବିସ୍ତାର କରିଛି । ଦଳର ଅଧିନାୟକ ରୋହିତ ଶର୍ମା କୋଭିଜ-୧୯ ପଜିଟିଭ୍ ହୋଇଛନ୍ତି ।

ଶନିବାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ରୋହିତ ପଜିଟିଭ୍ ଥିବା ଜଣାପଡିଥିଲା । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ବିସିସିଆଇ ଟ୍ୱିଟ୍ କରି କହିଛି ଯେ, ଅଧିନାୟକ ରୋହିତ ଶର୍ମା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଖେଳାଳିଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା । ଏଥିରେ ରୋହିତ ପଜିଟିଭ୍ ଥିବା ଜଣାପଡିଥିଲା । ଏବେ ସେ ହୋଟେଲରେ ଆଉସୋଲେସନରେ ଅଛନ୍ତି । ବିସିସିଆଇ ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ।

ରୋହିତ ଏବେ ଲିସେ।ଷ୍ଟରଶାୟର ବିପକ୍ଷରେ ଚାଲଥିବା ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି । କିନ୍ତୁ ସେ ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇ ନଥିଲେ । ତେବେ ସେ ପ୍ରଥମ ଇନିଂସରେ ୨୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ପୂର୍ବଥର ଦମଦାର ପ୍ରଦର୍ଶନ

ଗତବର୍ଷ ରୋହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ ଟେଷ୍ଟରେ ଦମଦାର୍ ବ୍ୟାଟିଂ କରିଥିଲେ । ସେ ୫୨.୨୭ ଆଭରେଜରେ 368 ରନ୍ କରିଥିଲେ । ଏଥିରେ ଏକ ଶତକୀୟ ଇନିଂସ ସାମିଲ ଥିଲା । ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ରହିଛି । ତେବେ ଶେଷ ମ୍ୟାଚ୍ ଗତବର୍ଷ କରୋନା ପାଇଁ ସ୍ଥଗିତ ଥିଲା । ଯାହା ଆଉ କିଛି ଦିନ ପରେ ଖେଳାଯିବ ।

Related Posts