ଶିବସେନା ଭାଙ୍ଗିବା ପଛରେ ଶରଦ ପାୱାରଙ୍କ ହାତ ରହିଛି: ଏକନାଥ ସିନ୍ଦେଙ୍କ ସମର୍ଥକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଅଘାଡି ସରକାର ଭାଙ୍ଗି ଏକନାଥ ସିନ୍ଦେ ଏବଂ ବିଜେପିର ମେଣ୍ଟ ସରକାର ଚାଲିଛି । ଏହା ମଧ୍ୟରେ ଏକନାଥ ସିନେ୍ଦଙ୍କ ସମର୍ଥକ ସିଧାସଳଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏକନାଥ ସିନେ୍ଦଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ ଶରଦ ପାୱାରଙ୍କର ହାତ ରହିଛି । ଯାହାକୁ ନେଇ ବର୍ତ୍ତମାନ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ନାରାୟଣ ରାଣେ ଏବଂ ରାଜ ଠାକରେଙ୍କ ବିଦ୍ରୋହ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନେତାଙ୍କ ପଛରେ ଶରଦ ପାୱାର ଥିଲେ । ବର୍ତ୍ତମାନ ଶରଦ ପାୱାର ବାଲାସାହେବ ଠାକରେଙ୍କ ସମ୍ମାନ ବିଷୟରେ କହୁଛନ୍ତି । ସେ ମହାରାଷ୍ଟ୍ରର ଲୋକମାନଙ୍କୁତ୍ତଉତ୍ତର ଦେବା ଉଚିତ ଯେ ବାଲାସାହେବ ଠାକରେଙ୍କୁ ଜୀବିତ ଥିବାବେଳେ କାହିଁକି ପ୍ରତାଡିତ କରାଯାଇଥିଲା ।

ଅନ୍ୟପଟେ ଏକ ମରାଠୀ ଚ୍ୟାନେଲ ସହ ଏକ ବାର୍ତ୍ତାଳାପରେ ସେ ଶରଦ ପାୱାରଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଶିବସେନା ଏବଂ ଏନସିପି ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ବିଷୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଏପରିକି ପାୱାର ଣ୍ଟନାରାୟଣ ରାଣେଙ୍କୁ ଶିବସେନାରୁ ବାହାର କରିବାରେ ସାହାଯ୍ୟ କରିଥିଲେ । ଛଗନ ଭୁଜବଲଙ୍କୁ ଶରଦ ପାୱାର ନିଜେ ଶିବସେନାରୁ ବାହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ରାଜ ଠାକରେଙ୍କ ପଛରେ ମଧ୍ୟ ତାଙ୍କର ସମର୍ଥନ ଥିଲା । ପାୱାର ଶିବସେନାକୁ ଦୁଇଥର ଭାଙ୍ଗିଥିବା ଦୀପକ ଅଭିଯୋଗ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts