
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରୀୟ ଦଳ ହେବାକୁ ହେଲେ ଆପକୁ ଦରକାର ୨୦ କୋଟି ଭୋଟ । ବିଜେପିକୁ ଟକ୍କର ଦେବା ପାଇଁ ଆପକୁ ୧୫ରୁ ୨୦ ବର୍ଷର ସମୟ ଲାଗିବ ବୋଲି ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ସେପଟେ କୌଣସି ଦଳକୁ ରାଷ୍ଟ୍ରୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ହାସଲ କରିବାର ଆବଶ୍ୟକତା ରହିଥାଏ । ୨୦୧୯ରେ ଆମ ଆଦମୀ ପାର୍ଟିକୁ କେବଳ ୨୭ ଲକ୍ଷ ଭୋଟ ମିଳିଥିଲା। ଦେଶରେ କେବଳ ଦୁଇଟି ଦଳ କଂଗ୍ରେସ ଏବଂ ବିଜେପି ରାଷ୍ଟ୍ରୀୟ ଦଳ ହୋଇପାରିଛନ୍ତି। ଦେଶରେ ଅନେକ ଦଳ ରାଷ୍ଟ୍ରୀୟ ଦଳ ହେବା ପାଇଁ ପ୍ରୟାସ କରିଛନ୍ତି, କିନ୍ତୁ କେହି ହୋଇପାରି ନାହାନ୍ତି । ତେବେ ଏହାର ମାନେ ନୁହେଁ ଅନ୍ୟ କୌଣସି ଦଳ ହୋଇପାରିବେ ନାହିଁ, କିନ୍ତୁ ରାତାରାତି ସମ୍ଭବ ନୁହେଁ, ଏଥିପାଇଁ ସମୟ ଦରକାର।
କେବଳ ଏତିକି ନୁହେଁ ବରଂ କୌଣସି ଦଳ ରାଷ୍ଟ୍ରୀୟ ଦଳ ହୋଇପାରି, କିନ୍ତୁ ଇତିହାସକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ବିଜେପି ଏବଂ କଂଗ୍ରେସ ସାରା ଦେଶରେ ପହଞ୍ଚି ପାରିଛନ୍ତି । ଏହାର ଅର୍ଥ ନୁହେଁ ଅନ୍ୟ କେହି ହୋଇପାରିବେ ନାହିଁ। କିନ୍ତୁ ଏଥିପାଇଁ ୧୫ରୁ ୨୦ ବର୍ଷର ସଂଘର୍ଷ କରିବାକୁ ପଡିବ। ରାତାରତି ଏପରି ପରିବର୍ତ୍ତନ ହୋଇ ନଥାଏ’। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର କ୍ଲିନ ସୁଇପ ଉପରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ପ୍ରଶାନ୍ତ କିଶୋର। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ଆଜି ବି ତାଙ୍କ ସମର୍ଥକ ତାଙ୍କ ସହ ଅଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।