କନ୍ଧମାଳ ଫିରିଙ୍ଗିଆରେ ଗୁଳିକାଣ୍ଡ: ଦୁଇ ଗୁରୁତର

କନ୍ଧମାଳ : କନ୍ଧମାଳ ଫିରିଙ୍ଗିଆରେ ଫୁଟିଲା ଗୁଳି । ଏହି ଗୁଳି ମାଡ଼ରେ ଦୁଇ ଗୁରୁତର ହୋଇଛନ୍ତି । ଆହତ ଦୁଇଜଣ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ ବୋଲି ଜଣାପଡ଼ିଛି । ଫିରିଙ୍ଗିଆ ଥାନା ନୂଆପଦର ପଂଚାୟତର ବିଲୁ ପଦର ଗ୍ରାମରେ ଘଟିଛି ଏହି ଗୁଳି କାଣ୍ଡ ।

ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଗୁଳିକାଣ୍ଡର କlରଣ ଜଣା ପଡ଼ିନଥିବା ବେଳେ ଘର ପାଖରେ ଦୁହେଁ ବୁଲାବୁଲି କରିବା ସମୟରେ କେତେକ ଦୁର୍ବୃତ୍ତ ଅତର୍କିତ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts