ଶ୍ରେୟାସ ଆୟର ହେଲେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରେୟାସ ଆୟର ହେଲେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ । ଆଜି ଦଳ ନିଜର ନୂଆ ଅଧିନାୟକ ଘୋଷଣା କରିଛି । ସେପଟେ ଏଥର ଆଇପିଏଲ୍ ଖେଳାଳି ମେଗା ନିଲାମ ପ୍ରକ୍ରିୟାରେ ଶ୍ରେୟାସ ଆୟାରଙ୍କୁ ୧୨.୨୫ କୋଟି ଟଙ୍କା ଦେଇ କିଣିଥିଲା କେକେଆର୍ । ତେଣୁ ଏବେ ମୋର୍ଗାନଙ୍କ ପରେ ଦଳ ଆୟାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ।ଗତ ସିଜିନରେ କେକେଆର ମୋର୍ଗାନ ନେତୃତ୍ୱରେ ଟ୍ରଫି ପାଇଁ ଲଢେଇ କରୁଥିଲା ।

ହେଲେ ସେ ଦଳକୁ ସେତେଟା ସଫଳତା ଦେଇପାରିନଥିଲେ । ଏହା ପୂର୍ବରୁ ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ଟ୍ରଫି ଜିତେଇବାକୁ ସକ୍ଷମ ହୋଇନଥିଲେ । ତେଣୁ କେକେଆର ଏବେ ଆୟରଙ୍କୁ ଅଧିନାୟକ କର ତୃତୀୟ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ ଯେ, ଆଇପିଏଲରେ ଏଯାବତ ଦୁଇ ଥର ଟ୍ରଫି ହାତେଇଛି ନାଇଟ୍ ରାଇଡର୍ସ ।

Related Posts