ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ଫେବୃଆରୀ ୧୯ରେ ଢ଼ିଙ୍କିଆ ଗସ୍ତ କରିବ ହାଇକୋର୍ଟ କମିଟି । ତେବେ ଏହି କମିଟି ୫ ଜଣିଆ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ଥିତି ଅନୁଧ୍ୟାନ ସହ ଏହି କମିଟି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ । ଏହାପରେ ଆସନ୍ତା ୨୩ ତାରିଖରେ ଢିଙ୍କିଆ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ସମୟ ଧାର୍ୟ୍ୟ କରାଯାଇଛି । ସେପଟେ ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା ।
ଏହି ସମୟରେ କିଛି ଲୋକ ପୋଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ହାଇକୋର୍ଟ ଏହାର ବିଚାର କରୁଛନ୍ତି ।





