ନକ୍ସଲ ପ୍ରବଣ ନିୟମଗିରି ଅଞ୍ଚଳରେ ଭୋଟ ଦେଲେ ଡ଼ଙ୍ଗରିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନକ୍ସଲ ପ୍ରବଣ ନିୟମଗିରି ଅଞ୍ଚଳରେ ଭୋଟ ଦେଲେ ଡ଼ଙ୍ଗରିଆ । ରାୟଗଡ଼ା ଜିଲ୍ଲାର ନକ୍ସଲ ପ୍ରବଣ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଡ଼ଙ୍ଗରିଆ ଜନଜାତି ଶୃଙ୍ଖଳିତ ଭାବେ ମତଦାନ କରିଛନ୍ତି । ଯେଉଁ ପ୍ରାର୍ଥୀ ମାନେ ସେମାନଙ୍କ ଦୁଃଖ ସୁଖ ବୁଝିବ ସେମାନଙ୍କୁ ଭୋଟ୍ ଦେଇଥିବା କହିଛନ୍ତି ଡ଼ଙ୍ଗରିଆ ।

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ବିଷମକଟକ ବ୍ଲକର ୪୬ଟି ସରପଞ୍ଚ ଓ ୪୬ଟି ସମିତି ସଭ୍ୟ ଓ ୫ଟି ଜିଲ୍ଲା ପରିଷଦ ପଦ ପାଇଁ ମତଦାନ ଗ୍ରହଣ କରାଯାଇଛି । ମୁନିଗୁଡ଼ା ବ୍ଲକର ଶକଟାଳ କଥକଟା, ପାଣିମୁଣ୍ଡା ଭଳି ଅଞ୍ଚଳରେ ଡ଼ଙ୍ଗରିଆ ମାନେ ମତ ସାବ୍ୟସ୍ତ କରିଛନ୍ତି । ନିୟମଗିରି ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related Posts