ଖୁବଶୀଘ୍ର ସ୍ଫୁଟନିକ୍-ଭି ଭ୍ୟାକସିନକୁ ତିଆରି କରିବ SII, ଏନେଇ DCGIକୁ ମାଗିଲା ଅନୁମତି


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ-ଭିର ନିର୍ମାଣ କରିବା ପାଇଁ ଯାଉଛି ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡି ଆ । ଏନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅଥବା DCGIକୁ ସ୍ଫୁଟନିକ-ଭି ଭାକ୍ସିନ ତିଆରି କରିବା ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟ ଅନୁମତି ମାଗିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ସ୍ଫୁଟନିକ୍-ଭି ଭ୍ୟାକସିନର ଟେଷ୍ଟ ଆନାଲିସିସ୍‌ ଏବଂ ପରୀକ୍ଷଣ ପାଇଁ ମଧ୍ୟ ଡିସିଜିଆଇ ନିକଟରେ ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଆବେଦନ କରିଛି । ।ଏହା ପୂର୍ବରୁ ୫ଟି କମ୍ପାନୀ ଏହି ଭ୍ୟାକସିନ ଉତ୍ପାଦନ କାର୍ଯ୍ୟ ଜାରି ରଖିଥିବାର କଥା ସାମ୍ନାକୁ ଆସିଛି ।
ତେବେ ଭାରତରେ ବର୍ତ୍ତମାନ ଡକ୍ଟର ରେଡିଜ୍ ଲାବୋରେଟାରି ଦ୍ୱାରା ସ୍ଫୁଟନିକ୍ ଭି ଭାକ୍ସିନ ନିର୍ମାଣ କରାଯାଉଛି।ଭାରତରେ ରୁଷ ଭାକ୍ସିନ ସ୍ଫୁଟନିକ୍‌ -ଭି ତିଆରି କରିପାରେ ସେରମ୍ ଇନ୍ ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇକୁ ଅନୁମତି ମାଗିଛି ସେରମ । କୋଭିଡ ଭାକ୍ସିନ କୋଭିଶିଲ୍ଡ ତିଆରି କରିଥିବା ସେରମ ଇନ୍ ଷ୍ଟିଚ୍ୟୁଟ ଏହାର ପରୀକ୍ଷଣ
ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଏହା ସହିତ ସ୍ଫୁଟନିକ୍-ଭି ଭ୍ୟାକସିନର ଟେଷ୍ଟ ଆନାଲିସିସ୍‌ ଏବଂ ପରୀକ୍ଷଣ ପାଇଁ ମଧ୍ୟ ଡିସିଜିଆଇ ନିକଟରେ ଆବେଦନ କରିଛି ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ । ତେବେ ଯଦି ସେରମକୁ ସ୍ଫୁଟନିକ-ଭି ଭ୍ୟାକସିନ ତିଆରି କରିବା ପାଇଁ ଅନୁମତି ମିଳେ ତେବେ ଏହା ୬ଷ୍ଠ କମ୍ପାନୀ ହେବ ।ଏହା ପୂର୍ବରୁ ୫ଟି କମ୍ପାନୀ ଏହି ଭ୍ୟାକସିନ ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି । ଭାରତର ଡକ୍ଟର ରେଡିଜ୍‌ ଲାବୋରେଟାରି ବର୍ତ୍ତମାନ ସ୍ଫୁଟନିକ-ଭି ଭ୍ୟାକସିନ ଉତ୍ପାଦନ କରୁଛି । ଅନ୍ୟପଟେ ମେ ୧୪ ତାରିଖରୁ ଭାରତରେ ଏହି ଟିକା ତିଆରି ଆରମ୍ଭ ହୋଇଛି । ସବୁଠାରୁ ରୋଚକ କଥାଟି ହେଉଛି ଏହି ଟୀକାର ପ୍ରତିରୋଧ କ୍ଷମତା ୯୭.୬ ପ୍ରତିଶତ ଏବଂ ଏହାକୁ କେବଳ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଭାରତ ସମେତ ଏହି ଟୀକା ପ୍ରାୟ ୫୦ ରୁ ଉର୍ଦ୍ଧ ଦେଶରେ ତିଆରି କରାଯାଉଛି । ତେବେ ଜୁନ ମାସ ସୁଦ୍ଧା SII ୧୦ କୋଟି କୋଭିଶିଲ୍ଡ ଡୋଜ୍ ଉତ୍ପାଦନ କରିବ ବୋଲି ସରକାରଙ୍କୁ ସ୍ପଷ୍ଟ କରିଛି ।

Related Posts