‘ସେଲ୍‌ଫି ବେବୋ’ ନାମରେ ପରିଚିତ ଓଡ଼ିଆ ଆଲବମ୍‌ ହିରୋଇନ୍‌ ସିମରନଙ୍କ ହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁ ଧ୍ରୁବରାଜ ସୁନା ଓରଫ ୟୁଗ୍‌ ସୁନାଙ୍କୁ ଶୁକ୍ରବାର ଝାରସୁଗୁଡ଼ା ପୋଲିସ ଏଡିଜେ କୋର୍ଟରେ ହାଜର କରାଇଛି । ଏଠାରେ ଧ୍ରୁବରାଜ ଓରଫ୍ ୟୁଗ୍‌ ସୁନାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ଏବଂ କୋର୍ଟ ତାଙ୍କ ଆବେଦନ ଖାରଜ କରି ଦେଇଛନ୍ତି । ମାମଲାରେ ଅଧିକ ପଚରାଉଚରା ପାଇଁ ଧ୍ରୁବରାଜଙ୍କୁ ସମ୍ବଲପୁର ପୋଲିସ ରିମାଣ୍ଡରେ ନେବ । ଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା । ସିମ୍‌ରନଙ୍କୁ ଅପହରଣ ନେଇ ପରିବାର ଲୋକେ ଗତ ଏପ୍ରିଲ ମାସରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ ଏବଂ ପରେ ଡିସେମ୍ବର ୨୭ରେ ସିମରନଙ୍କ ପରିବାର ଲୋକେ ହାଜର ହୋଇଥିଲେ । ସିମରନ୍‌ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଝାରସୁଗୁଡା ପୋଲିସ ଧ୍ରୁବରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।