ସିଙ୍ଗାପୁରର ଚେତାବନୀ, କେଜ୍ରିୱାଲଙ୍କ ବିରୁଦ୍ଧରେ ଲଗେଇବ ଫେକ୍ ନ୍ୟୁଜ ଆଇନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେଜରିୱାଲଙ୍କୁ ଭାରି ପଡିବ ସିଙ୍ଗାପୁର ଭାରିଏଣ୍ଟ୍ ଟ୍ବିଟ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଫେକ୍ ନ୍ୟୁଜ ଆଇନ ଲଗାଇବାକୁ ଚେତାବନୀ ଦେଇଛନ୍ତି ସିଙ୍ଗାପୁର ସରକାର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ନେଇ ସିଙ୍ଗାପୁର ସରକାର ଭାରତର ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କରିଥିଲେ । ତେବେ ଭାରତ ସରକାର କେଜରିୱାଲଙ୍କ ବୟାନକୁ ଖଣ୍ଡନ କରିବା ପରେ ସିଙ୍ଗାପୁର ସରକାର ବୁଧବାର ସନ୍ତୋଷ ପ୍ରକାଶ କରିଛି। କିନ୍ତୁ ଭୁଲ ସୂଚନା ପ୍ରସାରକୁ ରୋକିବା ପାଇଁ ସିଙ୍ଗାପୁର ଏକ ବଡ ପଦକ୍ଷେପ ନେଇଛି । ସିଙ୍ଗାପୁର ସରକାର ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଂଟି ମିସଇନଫରମେସନ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ ଅନଲାଇନ ଫଲ୍ସହୁଡ ଆଣ୍ଡ୍ ମନିପ୍ୟୁଲେସନ(ପିଓଏଫଏମଏ) ଲାଗୁ କରିବା ନେଇ ବିଚାର କରୁଛି । ପିଓଏଫଏମଏ ଆକ୍ଟ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ପଚାଶ ହଜାର ଡଲାର ପର୍ଯ୍ୟନ୍ତ ଜୋରିମାନା କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏହି ଆଇନ ସିଙ୍ଗାପୁର ବାହାରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହୋଇଥାଏ। ତେବେ ଏହି ଆଇନକୁ ନେଇ ସିଙ୍ଗାପୁର ସରକାରଙ୍କ ତର୍କ ହେଉଛି, ସିଙ୍ଗାପୁର ଲୋକଙ୍କ ଜନସ୍ୱାସ୍ଥ୍ୟ, ଜନ ନିରାପତ୍ତା, ଜନସାଧାରଣଙ୍କ ଶାନ୍ତି କିମ୍ବା ଜନସାଧାରଣଙ୍କ ଆର୍ଥିକ କ୍ଷତି ପହଞ୍ଚାଉଥିବା ବିଦେଶୀ ନାଗରିକ ମଧ୍ୟ ଏହା ଦ୍ବାରା ଦଣ୍ଡିତ ହେବ। ୨୦୧୯ରେ ଯେତେବେଳେ ସିଙ୍ଗାପୁର ସରକାର ଏହି ଆଇନ ଲାଗୁ କରିଥିଲେ ସେତେବେଳେ ଏହାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଏହାର କଡା ବିରୋଧ କରାଯାଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ଅଧିକାର ଗୋଷ୍ଠୀ  କହିଥିଲା ଯେ ଅସନ୍ତୋଷକୁ ଦମନ କରିବାକୁ ସିଙ୍ଗାପୁରର ଏହା ଏକ ଚାଲ୍ ।  ଏହା ସହିତ ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପିଓଏଫଏମଏ କାର୍ଯ୍ୟାଳୟକୁ ଫେସବୁକ, ଟୁଇଟର ଓ ସିଙ୍ଗାପୁରର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଗୁଡିକୁ ସିଙ୍ଗାପୁରର ସମସ୍ତ ୟୁଜର୍ସଙ୍କୁ ଏକ ସଂଶୋଧିତ ନୋଟିସ୍ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛି । ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସିଙ୍ଗାପୁର ଭାରିଏଣ୍ଟ ସଂପର୍କିତ ମିଥ୍ୟା ଖବରକୁ ନେଇ ୟୁଜର୍ସଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ୟୁଜରସ୍ ମାନଙ୍କୁ ଏହି ସୂଚନା ଦେବାକୁ ହେବ ଯେ , କରୋନାର କୌଣସି ସିଙ୍ଗାପୁର ଭାରିଏଣ୍ଟ ନାହିଁ ଏବଂ ଏହାର କୌଣସି ବି ପ୍ରମାଣ ନାହିଁ ଏବଂ ଏହି ଭାରିଏଣ୍ଟ ପିଲାଙ୍କ ପାଇଁ ବହୁତ ବିପଦଜ୍ଜନକ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ,” ସିଙ୍ଗାପୁର ସହିତ ସମସ୍ତ ବିମାନ ସେବାକୁ ତୁରନ୍ତ ବାତିଲ କରାଯାଉ କାରଣ ସେଠାରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ୍ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । କେଜ୍‌ରିୱାଲ ଚେତାବନୀ ଦେଇଥିଲେ ଯେ, ଏହି ନୂତନ ଭାଇରସ ଭାରତକୁ ତୃତୀୟ ଲହର ଭାବେ ଆସିପାରେ। “

ତେବେ କେଜରିୱାଲଙ୍କ ଏହି ଟୁଇଟକୁ ନେଇ ସିଙ୍ଗାପୁର ସରକାର ଭାରତୀୟ ହାଇକମସନଙ୍କୁ କଡା ଆପତ୍ତି ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ହାଇ କମିଶନର୍ ସିଙ୍ଗାପୁର ସରକାରଙ୍କୁ ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍ ର ନୂତନ ଷ୍ଟ୍ରେନ୍ କିମ୍ବା ବେସାମରିକ ବିମାନ ଚଳାଚଳ ନୀତି ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର କହିବାର କୌଣସି କ୍ଷମତା ନାହିଁ। ଏପରିକି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ , କୋଭିଡ-୧୯ ବିରୋଧରେ ସିଙ୍ଗାପୁର ଓ ଭାରତ ଏକାଠି ହୋଇ ଲଢ଼େଇ କରିଛନ୍ତି। ସିଙ୍ଗପୁରର ଲଜିଷ୍ଟିକ ହବ ଓ ଅକ୍ସିଜେନ ସପ୍ଲାଏକୁ ଭାରତ ହୃଦୟରୁ ଧନ୍ୟବାଦ ଜଣାଉଛି। ମିଲିଟାରୀ ଯୁଦ୍ଧ ବିମାନ ସହଯୋଗ ପାଇଁ ମୁତୟନ କରିବା ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦର୍ଶାଉଛି।ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଲୋକମାନେ ଭଲ ଭାବେ ବୁଝିବା ଦରକାର ଯେ ସେମାନଙ୍କର ମନ୍ତବ୍ୟ ଦୀର୍ଘ ଦିନର ବନ୍ଧୁତାରେ ଫାଟ ସୃଷ୍ଟି କରିପାରେ। ‘ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିନିଧିତ୍ବ କରୁ ନାହାନ୍ତି ।’ “

ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି।  କେଜ୍ରିୱାଲଙ୍କ ସିଙ୍ଗାପୁର ଷ୍ଟ୍ରେନ୍ ଟ୍ୱିଟ୍ କୁ ନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ରଖିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଏହାର କଡ଼ା ଜବାବ ଦେଇଛନ୍ତି । ସିସୋଦିଆ କହିଛନ୍ତି, ବିଜେପି ଅଉ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଭାବମୂର୍ତ୍ତିକୁ ନେଇ ଯେତିକି ଚିନ୍ତା, ଯଦି ସେତକି ଚିନ୍ତା ଦେଶର ପିଲାଙ୍କ ପାଇଁ କରନ୍ତେ ତେବେ ଭଲ ହୁଅନ୍ତା ।

Related Posts