ଭାଇର ପ୍ରେମ ବିବାହ ପ୍ରସ୍ତାବକୁ ଭଉଣୀଙ୍କ ବିରୋଧ: ଶେଷରେ ଜୀବନ ହାରିଲେ ଭାଇ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଖେତୁଆଳି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଇଛି । ମୃତ ଯୁବକ ସ୍ଥାନୀୟ ନୂଆ ରମ୍ପାସ ଗ୍ରାମର ସାଗର ସାହୁ ।

ସୂଚନାଯୋଗ୍ୟ, ମୃତ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁ ଥିବା ବେଳେ ତାଙ୍କର ଏହି ପ୍ରସ୍ତାବ କୁ ଭଉଣୀ ମାନେ ରାଜି ହୋଇନଥିଲେ । ଏନେଇ ମାନସିକ ଚାପରେ ରହି ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ପୋଲିସ୍ ଉପସ୍ଥିତିରେ ମୃତଦେହ ଗଛରୁ ଓହ୍ଲାଇବାପରେ ମୃତ ସାଗର ପ୍ୟାଣ୍ଟ ପକେଟରୁ ଏକ ହାତଲେଖା ସୁଇସାଇଡାଲ ନେଟ ମିଳିଛି । ଯେଉଁଥିରେ ସେ ନିଜ ଏକ ପ୍ରେମ ଜନିତ ଆତ୍ମହତ୍ୟା ଘଟଣା ସଂପର୍କ ରେ ଲେଖିଛନ୍ତି।

ସାଗର ଭଲପାଉଥିବା ଯୁବତୀଙ୍କୁ ବାହହେବାକୁ ଚାହୁଁଥିବା ବେଳେ ଦୁଇ ଭଉଣୀ ଏଥିରେ ଅରାଜି ହୋଇଥିଲେ । ଏଥି ପାଇଁ ସାଗର ଅତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି । ତେବେ ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି । ପାରିବାର ଲୋକଙ୍କୁ ପଚରାଉଚରା କରୁଛି।

Related Posts