ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣା: ପୋଲିସ ହାତରେ ଲାଗିଲା ଶ୍ୱେତାଙ୍କ ଡାଏରୀ

ଭୁବନେଶ୍ୱର: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳକୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ଏବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇା ଥିବା ବେଳେ, ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଶ୍ୱେତାଙ୍କ ଡାଏରୀ ପୋଲିସକୁ ମିଳିଥିବା ଜଣାପଡିଛି।

ଯେଉଁଥିରେ ଲେଖାଅଛି,ସୌମ୍ୟଜିତ୍‌ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେ ମୋତେ ଓ ମୋ ପରିବାରକୁ ସମ୍ମାନ ଦେବେ । ଭଗବାନ ଆମ ଦୁହିଁଙ୍କ ସମ୍ପର୍କଙ୍କୁ ବଞ୍ଚାଇ ରଖନ୍ତୁ ଏବଂ ଆଶୀର୍ବାଦ କରନ୍ତୁ । ପୂର୍ବ ଅପେକ୍ଷା ଆମ ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ବୋଲି ଲେଖିଛନ୍ତି ଶ୍ବେତା ।
ତେବେ ଶ୍ୱେତାଙ୍କ ମୃତ୍ୟୁ ମାମଲା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ। ଏପରିକି ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।

Related Posts